-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଜାତୀୟ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ସହରର ବିଶିଷ୍ଟ ସମାଜସେବୀ ସିଦ୍ଧାର୍ଥ ଶାହାଙ୍କ ଦ୍ୱାରା ପରିଚାଳିତ "ସାଥି" ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେଶ ପ୍ରେମ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହିପ୍ରତିଯୋଗିତାରେ ଜ଼ିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ I ସାଥି ଚାରିଟେବୁଲ ଟ୍ରଷ୍ଟର ଭଗତ ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ସମାଜସେବୀ ସପନ ମିଶ୍ର, ବିଜେଡି ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁବାଶିଷ ପଣ୍ଡା, ସାମ୍ବାଦିକ ସରୋଜ ସାହୁ ଅତିଥି ଭାବେ ଯୋଗଦେଇ ବିଜୟୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ଆୟୋଜନରେ ସାଥି ଚାରିଟେବୁଲ ଟ୍ରଷ୍ଟ ବିଦ୍ୟାର୍ଥୀ ବିଭାଗର ସାଶ୍ୱତ, ଆକାଶ, ଯତୀନ୍ଦ୍ର, ସ୍ୱରୂପ ରାଜାରାମ, ସୁଗମ ସକ୍ରିୟ ସହଯୋଗ କରିଥିଲେ I