-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ପାଟଣାଗଡ(ପ୍ରେରଣା ଖବର ବ୍ୟୁରୋ) : :ସରକାର ୨ ରୁ ଅଧିକ ସନ୍ତାନ ର ବାପା ମା ହୋଇଥିବା ବ୍ୟକ୍ତି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଆଇନ ଥିବା ସତ୍ୱେ ଏହାର ଓଲଟା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ରେ । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ରେ ପ୍ରାର୍ଥୀ ପତ୍ର ଯାଞ୍ଚ ଦିନ ଖୁଣ୍ଟସମଲେଇ ଓ ଫଟାମୁଣ୍ଡା ର ସମିତିସଭ୍ୟ /ସଭ୍ୟା ପ୍ରାର୍ଥୀ ଙ୍କ ନାମରେ ୪ ସନ୍ତାନ ର ବାପା ମାଁ ହୋଇଥିବା ଅଭିଯୋଗ ବିଡ଼ିଓ ନୀଳମାଧବ ସୁନା ପାଖରେ ହୋଇଥିବା ସୂଚନା ମିଳିଛି ।ଖୁଣ୍ଟସମଲେଇ ର ସମିତି ସଭ୍ୟା ପ୍ରାର୍ଥୀ ପଙ୍କଜିନୀ କୁମ୍ଭାର ୪ ଟି ସନ୍ତାନ ର ମା ହୋଇଥିବା ତାଙ୍କ ପ୍ରତିଦ୍ବନ୍ଦୀ ସାବିତ୍ରୀ ନାଗ ବିଡ଼ିଓ ପାଟଣାଗଡ ପାଖରେ ଅଭିଯୋଗ କରିଛନ୍ତି ।ସେ ଶ୍ରାବଣୀ କୁମ୍ଭାର ଜନ୍ମ ୨୧.୨.୧୯୯୧ଓ ପ୍ରୀତି ପ୍ରିୟ ଦର୍ଶିନୀ କୁମ୍ଭାର ଜନ୍ମ ୫.୫.୧୯୯୬ରେ ଉଭୟ ଙ୍କ ମାଁ ପଙ୍କଜିନୀ କୁମ୍ଭାର ଓ ପିତା ଜୟନ୍ତ କୁମ୍ଭାର ଏବଂ ସରକାରୀ ହାଇସ୍କୁଲ ମାଲପଡା, ଜିଲ୍ଲା ବଲାଙ୍ଗୀର ଠାରୁ ସୂଚନା ଅଧିକାର ବଳରେ ହାସଲ ହୋଇଥିବା ଏକ କପି ଦାଖଲ କରିଛନ୍ତି ।ସେହିପରି ତୁଷାରକାନ୍ତ କୁମ୍ଭାର ଜନ୍ମ ୧୫.୧୨.୯୮ଓ ଶ୍ରଦ୍ଧାଞ୍ଜଳି କୁମ୍ଭାର ଜନ୍ମ ୨୮.୦୨.୨୦୦୦ଏବଂ ଉଭୟ ଙ୍କ ମା ପଙ୍କଜିନୀ କୁମ୍ଭାର ଓ ପିତା ଜୟନ୍ତ କୁମ୍ଭାର ହୋଇଥିବା ପଂଚାୟତ ସମିତି କଲେଜ, ଘସିଏନ ଠାରୁ ସୂଚନା ଅଧିକାର ବଳରେ ହସ୍ତଗତ ହୋଇଥିବା ଏକ କପି ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି। ୪ ଟି ସନ୍ତାନ ମଧ୍ୟରୁ ୩ ଜଣ ଙ୍କ ଖୁଣ୍ଟସମଲେଇ ପଂଚାୟତ ର ଖୁଣ୍ଟସମଲେଇ ଗାଁ ର ଭୋଟର ତାଲିକା ରେ କ୍ରମିକ ସଂଖ୍ୟା ଯଥାକ୍ରମେ ୨୪୯,୨୫୦,୨୫୧ରେ ଅଛି ଏବଂ ବାପାଙ୍କ ନାଁ ଜୟନ୍ତ କୁମ୍ଭାର ଉଲ୍ଲେଖ ଥିବା ଅଭିଯୋଗ ରେ ଶ୍ରୀମତୀ ସାବିତ୍ରୀ ନାଗ ଦର୍ଶାଇ ଛନ୍ତି ।ସମାନ ଅଭିଯୋଗ ଫଟାମୁଣ୍ଡା ପଂଚାୟତ ରେ ଜୟନ୍ତ କୁମ୍ଭାରଙ୍କ ବିରୋଧ ରେ ତପି ତାଣ୍ଡି କରିଛନ୍ତି ।ଉଭୟେ ପାଟଣାଗଡ ବିଡ଼ିଓ ନୀଳମାଧବ ସୁନା ଙ୍କୁ ଅଭିଯୋଗ କଲେ ଏବଂ ଉପଜିଲ୍ଲାପାଳ ପାଟଣାଗଡ ସହ ଜିଲ୍ଲାପାଳ ବଲାଙ୍ଗୀର ଙ୍କୁ ଲେଖି ଜଣାଇ ଥିବା ଅଭିଯୋଗ କାରି ପ୍ରକାଶ କରିଛନ୍ତି ।ଉଭୟେ ଶ୍ରୀମତୀ ପଙ୍କଜିନୀ କୁମ୍ଭାର ଓ ଜୟନ୍ତ କୁମ୍ଭାର ଙ୍କ ୨ ରୁ ଅଧିକ ସନ୍ତାନ ଥିବା ଅଭିଯୋଗ ରେ ଅସିଦ୍ଧ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି।