-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2022
ବଲାଙ୍ଗୀର,(ନିପ୍ର): ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପରିସରରେ ପରିଷଦର ୩୧ତମ ପ୍ରତିଷ୍ଠା ଦିବସ ସୁଭାଷ ପରବ୍ ତଥା ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ତ୍ରୈମାସିକ ସାମାଜିକ ଓ ସାହିତ୍ୟ ପତ୍ରିକା ‘ସୁଭାଷ ଚିନ୍ତନ’ ଉନ୍ମୋଚିତ ହୋଇଥିଲା । କୋଭିଡ କଟକଣାକୁ ପାଳନ ଅନୁସାରେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ସହରର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ତଥା ସୁଭାଷପ୍ରେମୀ ଯୋଗ ଦେଇ ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ଏକ୍ସନ କମିଟିର ସଭାପତି ଗୋପାଲଜୀ ପାଣିଗ୍ରାହୀ,ଅଧ୍ୟାପକ ଡଃ. ଲକ୍ଷ୍ମଣ ମେହେର, ବୀରେନ୍ଦ୍ର ବନଛୋର, ପଦ୍ମଚରଣ ଆଚାର୍ଯ୍ୟ, ରାଜେନ୍ଦ୍ର ଶର୍ମା, ଅନୀଲ ମୋଦୀ, ସୁଧାଂଶୁ ପଟ୍ଟନାୟକ, କବି ରତ୍ନମୟ ତ୍ରିପାଠୀ, ରତନ ମହାରଣା, ରୁଦ୍ରଦେବ ପ୍ରଧାନ. ସଂଜୟ ଭୋଇ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ଦୀପ କୁଅଁର, ଜଗନ୍ନାଥ ମହାଣା, ଚାଷୀ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସଂଜୟ ଦାସ, ଗୋବିନ୍ଦ ସାହୁ, ପ୍ରଦୀପ ଭୋଇ, ରଜନୀକାନ୍ତ ମିଶ୍ର, ପ୍ରସନ୍ନ ମିଶ୍ର, ପ୍ରମୁଖ ଯୋଗ ଦେଇ ତ୍ରୈମାସିକ ପତ୍ରିକା ସୁଭାଷ ଚିନ୍ତନକୁ ଉନ୍ମୋଚନ କରିଥିଲେ । ଶେଷରେ ସୁଭାଷ ଚିନ୍ତନ ପତ୍ରିକାର କାର୍ଯ୍ୟନିର୍ବାହୀ ସଂପାଦକ ରଘୁ ନନ୍ଦନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ସାମାଜିକ କର୍ମୀ ଯୋଗ ଦେଇଥିଲେ ।