-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା - ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥ ର ଚାନ୍ଦୋତରା ଚାରିଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସିଜି ୦୪ ଏଲଏକ୍ସ ୨୫୫୧ ଓ ସ୍କୁଟି ମୁହାଁମୁହିଁ ହେବା ଫଳରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଟ୍ରକ ଆଗ ଆଡେ ଚାପି ହୋଇଥିବା ବେଳେ ଅନ୍ୟ ଜଣେ କିଛି ଦୂର ଛିଟିକି ପଡିଥିବା ଦେଖାଯାଇଛି। ମୃତକଙ୍କ ପରିଚୟ ମିଳିଛି। ସେମାନେ ସିନ୍ଧେକେଲା ଥାନା ଦେଢ଼ଗାଁ ଗାଁର ଯୁବରାଜ ଥପା ଓ କରୁଣାକର ଥପା ବୋଲି ଜଣାପଡିଛି। ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ଆଣି ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ।