-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ) ବର୍ତ୍ତମାନ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଆମ ଆଦମୀ ପାର୍ଟିରେ ସଦସ୍ୟମାନେ ଯୋଗଦାନ କରୁଥିବା ଜଣାପଡିଛି। ଆମ ଆଦମୀ ପାର୍ଟି ରୁ ବିଭିନ୍ନ ପଦପଦବୀ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ କରୁଛନ୍ତି। ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ର ମୁଖପାତ୍ର ଆଶିଷ ପାଣ୍ଡେ ଓ ଜିଲ୍ଲା ଆବାହକ ଶଙ୍କର୍ଷଣ ମହାପାତ୍ରଙ୍କ ନେତୃତ୍ୱରେ କିଛି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ବେଳେ ଜଣେ ନାରୀ ନେତ୍ରୀ ଆମ ଆଦମୀ ପାର୍ଟି ରେ ଯୋଗଦାନ କରିଅଛନ୍ତି। ପାଟଣାଗଡ଼ ସହରର ଜଣାଶୁଣା ହୋଟେଲ ବାତ୍ସା ହୋଟେଲ ର ମାଲିକାଣୀ ମମତା ଜୈନ ଆଜି ଆମ ଆଦମୀ ପାର୍ଟି ରେ ଯୋଗଦେଇ ପାଟଣାଗଡ଼ ଅଞ୍ଚଳ ରେ ଆମ୍ ଆଦମୀ ପାର୍ଟି କୁ ସୁଦୃଢ ଓ
ଶକ୍ତିଶାଳୀ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଆମ ଆଦମୀ ପାର୍ଟିର ମୁଖପାତ୍ର ଆଶିଷ ପାଣ୍ଡେ ଓ ଜିଲ୍ଲା ଆବାହକ ଶଙ୍କର୍ଷଣ ମହାପାତ୍ର ଉପସ୍ଥିତ ଥିଲେ। ଏବଂ ଦଳକୁ ମଜଭୁତ କରିବା ଏବଂ ସଦସ୍ୟ ମାନଙ୍କୁ ଦଳରେ ସାମିଲ ହେବାକୁ ମମତା ଜୈନ ଙ୍କୁ ପରାମର୍ଶ ଦେଇଥିଲେ।