-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ବଲାଙ୍ଗିର// ବଲାଙ୍ଗିର ଜିଲ୍ଲା ବେଲପଡା ସହର ବଜରଙ୍ଗବାଳୀ ପଡ଼ା ରେ ଥିବା ଡ୍ରେନ ଅଲିଆ ଆବର୍ଜନା ରେ ପରିପୂର୍ଣ୍ଣ ହୋଇଯାଇଥିଲା।ଏ ବିଷୟରେ ପ୍ରଶାସନିକ ଅଧିକାରୀ ଙ୍କୁ କର୍ଣ୍ଣପାତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବାରୁ କୋଶଳ କମିଟି ର ସଭାପତି ଜନାର୍ଦ୍ଦନ ସିଂ ଙ୍କ
ନିର୍ଦ୍ଦେଶନାରେ କୋଶଳ କମିଟି ର ସଦସ୍ୟ ମାନେ ଆଜି ଉକ୍ତ ଡ୍ରେନ ଟିକୁ ସଫାସୁତୁରା କରିଥିବା ଜଣାପଡିଛି। ତାଙ୍କ ଏଭଳି ମହତ୍ କାମକୁ ବେଲପଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଉକ୍ତ ସଫାଇ କାର୍ଯ୍ୟକ୍ରମରେ କୋଶଳ କମିଟି ର ସଦସ୍ୟ ଜିତୁ ନାଏକ,ଶିବା ବାଗ, ବିଜୁ ସିଂ, ପିତାମ୍ବର ପୁଟେଲ,ଡୋଲୁ ସିଂ, ଭୀମ ମଲ୍ଲିକ,ଶୁକ ବାଗ, ପ୍ରମୋଦ ପୁଟେଲ, ଶ୍ରୀକାନ୍ତ ପୁଟେଲ, ଦିଲିପ୍ ସେଠ ପ୍ରମୁଖ ସହଯୋଗ କରିଥିଲେ।