-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ଗଞ୍ଜାମ (ଭଗବାନ ପାଢୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ l ଆଜି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକରେ ପ୍ରାର୍ଥୀ ମାନେ ସରକାର ଙ୍କ ନିୟମ ଓ କରୋନା କଟକଣା ମଧ୍ୟରେ ନାମାଙ୍କନ ଦାଖଲ କରୁଥିବା ବେଳେ ଧରାକୋଟ ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଶାସକ ଦଳ ସମର୍ଥିତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ବ୍ଲକ ଅଭିମୁଖେ ବାଜା ପଟୁଆର ରେ ହଜାର ହଜାର ସମର୍ଥକ ଙ୍କୁ ନେଇ କରୋନା କଟକଣା ର ଧଜିଆ ଉଡାଇ ଆସିଥିବା ଦେଖୁବାକୁ ମିଳିଛି l ରାଜ୍ୟରେ କରୋନା ର ଲହର ଏବେ ମଧ୍ୟ ଉପର ମୁହାଁ ରହିଥିବା ବେଳେ ଶାସକଦଳ ର ଏହି ଭଳି ପଟୁଆର କୁ ନେଇ ବଡ ପ୍ରଶ୍ନ ଉଠୁଛି l ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ କରୋନା ପ୍ରଭାବ କୁ ନଜର ରେ ରଖି ଗାଇଡ଼ ଲାଇନ ଜାରି କରିଥିଲେ l ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଙ୍କ ସହିତ କେବଳ 5 ଜଣ କୁ ନେଇ ନାମାଙ୍କନ ଦାଖଲ କରିବାକୁ ନିର୍ଦେଶ ଜାରିକରିଥିଲେ l ଏହାସହିତ କୌଣସି ସ୍ଥାନରେ ରାଲି ଓ ସମାବେଶ ନିଷେଧା
ଦେଶ ଜାରି କରିଥିବା ବେଳେ ଧରାକୋଟ ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏହି ନିୟମର ଧଜିଆ ଉଡାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତି ରେ ଏହିଭଳି ନିୟମ ର ଉଲଂଘନ କରାଯାଉଥିବା ବେଳେ ଅଧିକାରୀ ମାନେ ନିରବ ଦ୍ରଷ୍ଟା ଭାବେ ଛିଡା ହୋଇଦେଖୁଥିବା ଦେଖିବାକୁ ମିଳିଥିବା ବେଳେ ବିରୋଧୀ ଏହାକୁ ନିନ୍ଦା କରିଛନ୍ତି l