-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ଜାଲିଆତି ଘଟଣାରେ ଗିରଫ୍ ହେଲେ ପଠାଣି ସାମନ୍ତ ନର୍ସିଂ କଲେଜର ସେକ୍ରେଟାରୀ ଶୁଭମ୍ ସୁଜ୍ଞାନ ସାମନ୍ତରାୟ । କଲେଜର ସେକ୍ରେଟାରୀଙ୍କ ନାମରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଥିଲା । ହେଲେ ବାବୁ ଜଣଙ୍କ ପୁଲିସକୁ ଚକମା ଦେଉଥିଲେ । ତେବେ ଆଜି କଲେଜରେ ଲୁଚି ଥିବା ବେଳେ ପୁଲିସ୍ ଅଚାନକ୍ ଚଢାଉ କରି ଗିରଫ୍ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ନୟାଗଡ଼ ପଠାଣି ସାମନ୍ତ ନର୍ସିଂ କଲେଜରେ କାର୍ଯ୍ୟ କରୁଥିବା ବେଳେ କଲେଜର ଚେୟାରମ୍ୟାନ୍ ତନୁଜା ମିଶ୍ରଙ୍କ ସହ ସେକ୍ରେଟାରୀ ଶୁଭମ୍ ସୁଜ୍ଞାନ ସାମନ୍ତରାୟଙ୍କ ସହ କଲେଜ୍ ବସକୁ ନେଇକୁ ପାଟିତୁଣ୍ଡ ଲାଗିରହିଥିଲା । କଲେଜର ଗୋଟିଏ ବସ୍ ଚୋରି ହେବା ଘଟଣା ନେଇ କଲେଜର ଚେୟାରମ୍ୟାନ୍ ତନୁଜା ମିଶ୍ର ନୟାଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଥାନାରେ କେସ୍ ନଂ-୨୧୪/୨୦୨୧ରେ ମାମଲା ରୁଜୁକରି ତଦନ୍ତ କରିଥିଲା ଟାଉନ୍ ପୁଲିସ୍ । ଅଭିଯୁକ୍ତ ଜଣକ ପୁଲିସକୁ ବିଭିନ୍ନ ସମୟରେ ଚକମା ଦେଉଥିଲା । ତେବେ ଆଜି ଟାଉନ୍ ପୁଲିସର ଏସଆଇ ଧର୍ମେନ୍ଦ୍ର ଶିଆଳଙ୍କ ସହ ଥାନାର କର୍ମଚାରୀ ବିଶେଷ ସୁତ୍ରରୁ ଖବର ପାଇ ହାଟଦ୍ୱାରରେ ଥିବା ପଠାଣି ସାମନ୍ତ ନର୍ସିଂ କଲେଜରେ ଚଢଉ କରିଥିଲା । ସେଠାରୁ ଆଜି ଅଭିଯୁକ୍ତୁ ସେକ୍ରେଟାରୀ ଶୁଭମ୍ ଗିରଫ କରିବା ସହ ଚୋରୀ ହୋଇଥିବା ବସ୍ ସହିତ ଆଉ ଗୋଟିଏ ବସ୍ ଜବତ କରି ଥାନାକୁ ଆଣିଛି । ସେପଟେ ଟାଉନ ଥାନା ପୁଲିସ୍ ଅଭିଯୁକ୍ତ ଶୁଭମକୁ କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଅଧିକାରୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି ।