-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ନୟାଗଡ଼ ଜିଲ୍ଲାରେ ଆଜି ୧୨୯୫ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରେ ୧୦୩୪ ଜଣ ୱାର୍ଡ଼ ସଭ୍ୟ, ୧୨୧ ଜଣ ସରପଞ୍ଚ , ୧୨୩ ଜଣ ସମିତି ସଭ୍ୟ ଓ ୧୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୧୭୧ ଜଣ ୱାର୍ଡ଼ସଭ୍ୟ ୧୭ ସରପଞ୍ଚ ପାର୍ଥୀ ଏବଂ ୧୨ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୧୮ ୱାର୍ଡ଼ସଭ୍ୟ, ୧୧ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୭୮ ୱାର୍ଡ଼ ସଭ୍ୟ, ୨୨ ଜଣ ସରପଞ୍ଚ, ୧୧ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୩୦ ଜଣ ୱାର୍ଡ଼ସଭ୍ୟ, ୪ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୧୦୮ ଜଣ ୱାର୍ଡ଼ ସଭ୍ୟ, ୮ ଜଣ ସରପଞ୍ଚ, ୧୫ ଜଣ ସମତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୧୩୧ ଜଣ ୱାର୍ଡ଼ସଭ୍ୟ, ୧୨ ଜଣ ସରପଞ୍ଚ, ୧୧ ଜଣ ସମିତସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରଣପୁର ବ୍ଲକରେ ୧୩୫ ଜଣ ୱାର୍ଡ଼ସଭ୍ୟ, ୨୦ ଜଣ ସରପଞ୍ଚ ପାର୍ଥୀ, ୨୦ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଲକରେ ସର୍ବାଧିକ ୨୬୩ ଜଣ ୱାର୍ଡ଼ସଭ୍ୟ, ୨୬ ଜଣ ସରପଞ୍ଚ ଏବଂ ୨୮ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଆଜି ଜିଲ୍ଲାରୁ ୧୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।