-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ସୁବର୍ଣ୍ଣପୁର// ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି I ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ I ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ,ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମାନଙ୍କରେ ରେ ନାମାଙ୍କନପତ୍ର ଦାଖଲ କରିଛନ୍ତିl ଚତୁର୍ଥ ଦିନରେ ଜିଲ୍ଲାରେ ବିଭିନ୍ନ ପଦ ପଦବୀ ନିମନ୍ତେ ବହୁସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ରୁ ଜଣାପଡିଛି l ଏହି କ୍ରମରେ ସୋନପୁର ବ୍ଲକ ରେ ୯୫ ଜଣ ୱାର୍ଡମେମ୍ବର,୧୫ ଜଣ ସରପଞ୍ଚ ୨୧ ଜଣ ସମିତି ସଭ୍ୟ,ଉଲୁଣ୍ଡା ବ୍ଲକରେ ୧୦୮ ଜଣ ୱାର୍ଡମେମ୍ବର, ୨୫ ଜଣ, ସରପଞ୍ଚ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ ୧୦୮ ଜଣ ୱାର୍ଡମେମ୍ବର,୨୬ ଜଣ ସରପଞ୍ଚ ଓ ୨୩ ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ ୧୩୮ ଜଣ ୱାର୍ଡମେମ୍ବର,୩୬ ଜଣ ସରପଞ୍ଚ,୨୯ ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ ୧୧୭ ଜଣ ୱାର୍ଡମେମ୍ବର,୧୯ ଜଣ ସରପଞ୍ଚ,୧୬ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ ୯୭ ଜଣ ୱାର୍ଡମେମ୍ବର,୩୦ ଜଣ ସରପଞ୍ଚ,୨୧ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି l
ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି ୧୬ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ
ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ଜୋନ୍ 1 ପାଇଁ ବିଜୁଜନତା ଦଳ ତରଫରୁ ରଞ୍ଜିତ କୁମାର ରଥ, ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଲବ କୁମାର ସାହୁ, ଭାରତୀୟ ଜନତା ପାର୍ଟି ରୁ ଶରତ କୁମାର ମିଶ୍ର, ଜୋନ୍ 2 ପାଇଁ ଭାରତୀୟ ଜାତୀୟ କଂଗ୍ରେସ ରୁ ରାଜଗୋପାଳ ପାଣିଗ୍ରାହୀ, ବିଜୁଜନତା ଦଳ ରୁ ଚନ୍ଦ୍ର କାନ୍ତି ଦନ୍ତI, ନାମାଙ୍କନ ପତ୍ର ଦାଖଲ କରିଛନ୍ତିl ସେହିପରି ଉଲୁଣ୍ଡା ଜୋନ୍ 1 ପାଇଁ ବିଜୁଜନତା ଦଳ ତରଫରୁ ବିଜୟ ଲକ୍ଷ୍ମୀ ତରିଆ , ଭାରତୀୟ ଜାତୀୟ କଂଗ୍ରେସ ରୁ ଛଇଳ ସାଗର, ବହୁଜନ ସମାଜ ପାର୍ଟିରୁ ମମତାରାଣୀ ବାରିକ, ଏବଂ ଜୋନ୍ 2 ପାଇଁ ବିଜୁଜନତା ଦଳ ତରଫରୁ ଝସକେତନ ବଘାର, ଭାରତୀୟ ଜନତା ପାର୍ଟି ରୁ ଚନ୍ଦ୍ରହାସ ଦଳେଇ ଏବଂ ସି ପି ଆଇଏମ୍ଏଲ୍ ରୁ କୁଶ ମହାକୁର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l