-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ପଦ୍ମପୁର:- ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରି ଚାଲିଥିବା ବେଳେ,ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ ବରିକେଲ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଫଟାମୁଣ୍ଡା ଗ୍ରାମର ଜଣାଶୁଣା ସାମାଜିକ କର୍ମୀ ଗୋପବନ୍ଧୁ ଶିକା ଆଜି ନିଜ ସମର୍ଥକ ମାନଙ୍କ ସହିତ ଆସି ବରିକେଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି lଏହି ଗ୍ରାମପଞ୍ଚାୟତ ବରିକେଲ, ଫଟାମୁଣ୍ଡା, ଚାରପାଲି,ସିଂହନପୁର ଓ ଚିତାଖୋଲ ଏମିତି ପାଞ୍ଚୋଟି ଗ୍ରାମପଞ୍ଚାୟତକୁ ଗଠିତ l ବରିକେଲ ଗ୍ରାମପଞ୍ଚାୟତର ଯେପରି ସର୍ବାଙ୍ଗୀନ ବିକାଶ ହୋଇପାରିବ, ଜୟଲାଭପରେ ସେ ବିଶେଷ ଦୃଷ୍ଟି ଦେବେ ବୋଲି ଶ୍ରୀମାନ ଶିକା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି l