-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ) : ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ୩୮ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାରୱାଡ଼ି ଯୁବାମଞ୍ଚର ବିକାଶ ଶାଖା କଣ୍ଟାବାଞ୍ଜି ତରଫ ରୁ ସ୍ଥାନୀୟ ରକ୍ତଭଣ୍ଡାର ରେ ଗୋଟିଏ ସଚେତନତା ଶିବିର ଏବଂ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି ସୁରେଶ ଅଗ୍ରୱାଲ,ସମ୍ମାନୀତ ଅତିଥି ଭାବେ ଅଗ୍ରୱାଲ ସଭା ଟ୍ରଷ୍ଟ ସମ୍ପାଦକ ସଞ୍ଜୟ ଅଗ୍ରୱାଲ, ମେଡ଼ିକାଲ ଅଫିସର ଡ଼ାକ୍ତର ଏସପିଡ଼ି ପଣ୍ଡା ଯୋଗ ଦେଇଥିଲେ,। ଏହି ଅଵସର ରେ 21 ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ, ଏହା ସହ ପ୍ରତିଷ୍ଠା ଦିବସ ଅବସରରେ ଅତିଥି ମାନେ ଡାକ୍ତରଖାନା ରେ ଫଳ ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ଯୁଗ୍ମ ସମ୍ପାଦକ ବଜରଙ୍ଗ ଜିନ୍ଦଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶିଷ ଖୈତାନ,ମୟଙ୍କ ଜୈନ, ମନୀଷ ଜୈନ,ସୁମିତ ଜୈନ,କଣ୍ଟାବାଞ୍ଜି ବିକାଶ ଶାଖା ସମ୍ପାଦକ ପୀୟୂଷ ଜିନ୍ଦଲ, ପୂର୍ବତନ ସଭାପତି ଆଜାଦ ବଂସଲ, ଆଦେଶ ଜୈନ,ହେମନ୍ତ ଅଗ୍ରୱାଲ, ରଜତ ଅଗ୍ରୱାଲ, ଅରିହନ୍ତ ଜୈନ,ମୟଙ୍କ ମିତ୍ତଳ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ରକ୍ତଭଣ୍ଡାର ର ଗଜପତି ବେହେରା, ରାଜେନ୍ଦ୍ର ସାହୁ,ଶିବ ସାହୁ,ପ୍ରଶାନ୍ତ ସାହୁ,ଗୁରୁବାରୁ ରଣା, ସହଯୋଗ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିକାଶ ଶାଖା ସଭାପତି ଅର୍ପଣ ଜୈନ ସମସ୍ତ କର୍ମକର୍ତ୍ତା ସହ ସଂଯୋଜକ ହେମନ୍ତ ଅଗ୍ରୱାଲ, ଏବଂ ଅଖିଳ ଅଗ୍ରୱାଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।