-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ନୂଆପଡ଼ା:-ନୂଆପଡ ସ୍ଥିତ ୨୧୬ ସିଆରପିଏଫ ବାଟାଲିୟନ ରେ କାର୍ଯ୍ୟରତ ସତ୍ୟପାଲ ସିଂ ୫୬ ବର୍ଷିୟ ଯବାନ ଙ୍କ ହୃଦଘାତରେ ହଠାତ ମୃତ୍ୟୁ ହୋଇଥିବା ସିଆରପିଏଫ କମାଣ୍ଡଣ୍ଟ ଶ୍ରୀମାନ ରାଜେଶ ବାତ୍ସା ଙ୍କ ଠାରୁ ପ୍ରକାଶ lଯବାନ ଙ୍କ ନିଜସ୍ୱ ବାସଗୃହ ସୁଦୂର ଉତ୍ତର ପ୍ରଦେଶ ର ସାହାରନପୁର ଅଟେ lତାଙ୍କ ମୃତ ଦେହ କୁ ଏୟାର ଲିପ୍ଟ ମାଧ୍ୟମରେ ତାଙ୍କ ପରିବାର ଆତ୍ମୀୟ ସ୍ୱଜନ ଙ୍କ ନିକଟକୁ ପଠାଇଦିଆଯାଇଛି ବୋଲି ଶ୍ରୀମାନ ବାତ୍ସା ଙ୍କ ଠାରୁ ଆମ ପ୍ରତିନିଧି ଜାଣିବାକୁ ପାଇଥିଲେ lଏଠାରେ ସୂଚନା ଯୋଗ୍ୟ ଯେ,ଏଇ ଦୁଇଦିନ ତଳେ ସେହି ବାଟାଲିୟନ ର ଜଣେ ୪୯ ବର୍ଷିୟ ଯବାନ ନିଜ ରାଇଫଲ ରୁ ନିଜେ ଗୁଳି ମାରି ହୋଇ ଆତ୍ମହତ୍ୟା କରିଥିଲେ lବରକୋଟ ସିଆରପିଏଫ କ୍ୟାମ୍ପ ର ଏଏସଆଇ ସତ୍ୟପାଲ ସିଂ ନିଜ ଡ୍ୟୁଟି ରେ ଥିଲେ l ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭେଲା ସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା lପରେ ଅବସ୍ଥା ଧିରେଧିରେ ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l