-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ବୌଦ୍ଧ (ପ୍ରେରଣା ଖବର) : ଜିଲ୍ଲା ପ୍ରଶାସନ ପକ୍ଷରୁ କରନ୍ ଯାଦବ ନାମକ ଜନୈକ ୩୬ ବର୍ଷୀୟ, ନିରାଶ୍ରୟ ଅସହାୟ ବାସହୀନ ଅଣ ଓଡିଆ ଯୁବକଙ୍କୁ କଣ୍ଟାମାଳ ରୁ ଉଦ୍ଧାର କରାଯାଇ ବୌଦ୍ଧ "ଆଶ୍ରୟ'' (SUH) ସ୍ଥଳୀ ରେ ରଖା ଯାଇଛି l ଯୁବକ ଜଣକ ଦୀର୍ଘ ଦିନ ଧରି Cervical Spondylosis ଜନିତ ରୋଗ କାରଣରୁ ବହୁତ୍ ଅସହ୍ୟ କଷ୍ଟ ଜନ୍ତ୍ରଣl ଭୋଗ କରୁଛନ୍ତି l ତାଙ୍କର କଷ୍ଟ ଓ ଚିତ୍କାର ରେ ସମସ୍ତ ଆଶ୍ରୟ ଅନ୍ତେବାସୀ ଅସୁସ୍ଥତା ଅନୁଭବ କରୁଛନ୍ତି l" ଆଶ୍ରୟ'' ପକ୍ଷ୍ୟରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଯତ୍ନ ନିଆଯାଇଥିଲେ ମଧ୍ଯ ଯୁବକ ଜଣଙ୍କ କୌଣସି ଉପସମ ଲାଭ କରିପାରୁ ନାହାନ୍ତି l ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ବା ଅନ୍ୟ କୌଣସି ବଡ ମେଡିକାଲ କୁ ପଠାଇ ବାର ଆବଶ୍ୟକତା ହେଉଛି, ଯାହାକି ଆଶ୍ରୟ କର୍ତ୍ତୃପକ୍ଷଙ୍କ କ୍ଷମତା ପରିସର ବାହାରେ l ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ l ଯାହା ଦ୍ୱାରା କି ଯୁବକ ଜଣକ ସୁସ୍ଥତା ଲାଭ କରିବା ସହ ରୋଜଗାରକ୍ଷମ ହୋଇ ସୁନ୍ଦର ଜୀବନ ଜି ପାରିବେ ବୋଲି "ଆଶ୍ରୟ'' ପରିଚାଳକ କହିଛନ୍ତି l