-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ନରସିଂହଙ୍କ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା- ଜିଲ୍ଲାର  ଉନ୍ନୟନମୂଳକ ପ୍ରକଳ୍ପ ଉପରେ ଗୁରୁତ୍ୱ ସହରେ ମଧ୍ୟରେ ବେକାର ଯୁବକଙ୍କ କର୍ମ ନିଯୁକ୍ତି ପାଇଁ ନିଆଯିବ ପଦକ୍ଷେପ

12-Nov-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)-ବଲାଙ୍ଗିର, ଦେଓଗାଁ ବ୍ଲକ ତଥା ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ଭିତରେ ସମ୍ପୁର୍ଣ୍ଣ କରିପାରିଲେ ଲୋକେ ପ୍ରକଳ୍ପରୁ ଫାଇଦା ପାଇବେ । ସହର ମଧ୍ୟରେ ଥିବା ବିଭିନ୍ନ ଖାଲି ଜାଗାରେ ବେକାର ଯୁବକମାନଙ୍କ ପାଇଁ ଭେଡିଂ ଜୋନ ତଥା ଦୋକାନ ଗୃହ ନିର୍ମାଣ କରି ସେଥିରେ ତାଙ୍କର କର୍ମ ନିଯୁକ୍ତି ସୃଷ୍ଟି କରାଯିବ । ତା ସହିତ ବଲାଙ୍ଗିରକୁ ବିଭିନ୍ନ କର୍ମ ନିଯୁକ୍ତି  ଭିତ୍ତିକ ଯୋଜନା ଆଣି ବେକାର ଯୁବକମାନଙ୍କ କୌଶଳ ଦକ୍ଷତା ବଢାଇବା ସହ ସେହି ଯୋଜନାରେ ଯେମିତି ବେକାରମାନେ କର୍ମନିଯୁକ୍ତି ପାଇ ପାରିବେ ସେ ଦିଗରେ ଆଗାମି ଦିନରେ କାମ କରାଯିବ ବୋଲି ଆଜି ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ଗୃହରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି । ଆଜି ଦିନ ୧୦.୩୦ମି.ରେ ଆରମ୍ଭ ହୋଇଥିବା ଏହି ବୈଠକରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସ୍ୱାଗତ କରି ଆରମ୍ଭ କରିଥିଲେ । ଗତ ମାର୍ଚ୍ଚ ୩ ତାରିଖ ପରେ ଦିର୍ଘ ୬ମାସରୁ ଉର୍ଦ୍ଧ୍ୱ ହେବ ଏହି ବୈଠକ ବସି ନ ଥିଲା  ତେଣୁ ଏହି ବୈଠକରେ ସମସ୍ତ ଆଲୋଚନାକୁ ଗୁରୁତ୍ୱ ସହ ନେବାକୁ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଗତ ବୈଠକର ବିବରଣୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ବହୁ ବିଳମ୍ବରେ ପ୍ରଦାନ କରିଥିବାରୁ ତଥା ସେହି ବୈଠକର କିଛିି ନିଷ୍ପତ୍ତି ବିବରଣୀରେ ପ୍ରଦାନ କରାଯାଇ ନ ଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଗତ ବୈଠକର ନିଷ୍ପତ୍ତି ଅନୁସାରେ ସେହି ସମୟର ରାଜ୍ୟସଭା ସାଂସଦଙ୍କ ସୁପାରିଶରେ ଜଣେ ସମିତି ସଭ୍ୟ ବେନିୟମ ଭାବରେ ଠିକା କାମ କରିଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଶ୍ରୀ ମିଶ୍ର ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦୈନିକ ବଜାରର ଗହଳିକୁ କମ୍ କରିବା ପାଇଁ ଏହି ମାସ ଭିତରେ ସାପ୍ତାହିକ ବଜାରକୁ ଆଉ ଗୋଟିଏ ଦୈନିକ ବଜାରର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଠିକ୍ ସେହିପରି ଡିସେମ୍ବର ମାସ ଭିତରେ ସହର ମଧ୍ୟରେ ଥିବା ଖାଲି ଜାଗାରେ ଭେଡିଂ ଜୋନ ଖୋଲିବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ମ୍ୟୁନିସିପାଲିଟି ନିର୍ବାହି ଅଧିକାରୀ ସହର ମଧ୍ୟରେ ଖାଲି କରାଯାଇଥିବା ପାଞ୍ଚଟି ଖାଲି ସ୍ଥାନକୁ ପାକିଂ ପାଇଁ ବିଭିନ୍ନ ଏସ୍‌ଏଚ୍‌ଜିମାନଙ୍କୁ ପ୍ରଦାନ କରାଯାଇ ସାରିଛି ବୋଲି ସୂଚନା ଦେଇଥିଲେ । ଲକ୍ଷ୍ମୀଯୋର ତଥା ସହରର ୧୬ ଗୋଟି ବନ୍ଧ କଟାର ସଫେଇ, ସୌନ୍ଦର୍ଯିକରଣ ପାଇଁ ଶିଘ୍ର କରିବାକୁ ବୈଠକରେ ନିଷ୍ପତ୍ତି ହେବା ସହ ଲକ୍ଷ୍ମୀଯୋର ଉଭୟ କଡରେ ରହୁଥିବା ଲୋକଙ୍କୁ ବିନା ମୁଲ୍ୟରେ ଜମି ଓ ବାସଗୃହ ଯୋଗାଇବା ପରେ ହିଁ  ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ । ଅନବରତ ବିଜୁଳି ଯୋଗାଇବା ସହରର ଶତପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପିଇବା ପାଣି ତଥା ପୂର୍ବବର୍ଷ ଭଳିଆ ପାଇପ ପାଣି ପାଉ ନ ଥିବା ଲୋକଙ୍କୁ ଟେଙ୍କର ଯୋଗେ ଯୋଗାଇ ଦେବା ପାଇଁ ଶ୍ରୀ ମିଶ୍ର କହିଥିଲେ । ମହାଲକ୍ଷ୍ମୀନଗର କଲ୍ୟାଣ ମଣ୍ଡପର ନିର୍ମାଣ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହେବ ବୋଲି ପୁର୍ତ୍ତ ନିର୍ବାହୀ ଯନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ ।

ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଅସମାଜିକ ତତ୍ତ୍ୱମାନଙ୍କ ମାରପିଟ ଯୋଗୁଁ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ବ୍ୟାଘାତ ହୋଇଥିବାରୁ ସେ ଅଂଚଳରେ ପୋଲିସ ପେଟ୍ରୋଲିଂକୁ ଆହୁରି କଡାକଡି କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସହରର ଟ୍ରାଫିକ୍ ସମସ୍ୟା, ସହରରେ ଆଉ ଗୋଟିଏ ଟାଉନ ଥାନା ଏବଂ ଦେଓଗାଁର ଅର୍ଜୁନପୁର ଠାରେ ଆଉ ଗୋଟିଏ ଆଉଟ ପୋଷ୍ଟ ପାଇଁ ପୋଲିସ ବିଭାଗ ତରଫରୁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ମିଶ୍ର ପୋଲିସ ଅଧିକାରୀଙ୍କୁ କହିଥିଲେ । ଏମ୍‌ଏଲ୍‌ଏ ଏମ୍‌ପି ଲେଡ୍ ଫଣ୍ଡରେ ନିର୍ମାଣ ହେଉଥିବା ପ୍ରକଳ୍ପର ଜମି ନିର୍ଣ୍ଣୟ କଳାବେଳକୁ ଅଧିକାରୀମାନେ କୌଣସି ପ୍ରକାର ସାଲିସ କରନ୍ତୁ ନାହିଁ ବୋଲି ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ସହରରରେ ଥିବା ମାହାତ୍ମା ଗାନ୍ଧୀ ମାର୍ଗର ସୌନ୍ଦର୍ଯିକରଣ, ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ସହର ପ୍ରବେଶ ଦ୍ୱାରରେ ଜାତୀୟ ରାଜପଥ ତରଫରୁ ତିନୋଟି ତୋରଣ ନିର୍ମାଣ ତଥା ଜାତୀୟ ରାଜପଥରେ ଦୃଷ୍ଟି ବାଧକ ସୃଷ୍ଟି କରୁଥିବା ନିର୍ମାଣ ସବୁକୁ ଶିଘ୍ର ଭାଙ୍ଗିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।  ଏହା ସହ ବଲାଙ୍ଗିର, ଗନ୍ଧରେଳ ଡ୍ୟାମରେ ପର୍ଯ୍ୟଟନ ପାଇଁ ଏକ ପ୍ରକଳ୍ପ ରିପୋର୍ଟ ତିଆରି କରିବାକୁ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର କହିବା ସହ ଏ ଦିଗରେ ପର୍ଯ୍ୟଟନ ବିଭାଗ ମଧ୍ୟ ଦୃଷ୍ଟି ଦେଉ ବୋଲି ମଧ୍ୟ କହିଥିଲେ । ନିର୍ମାଣଧିନ ବସଷ୍ଟାଣ୍ଡର ଶିଘ୍ର ସମ୍ପୁର୍ଣ୍ଣ, ଫରେଷ୍ଟ ପାର୍କ ନିକଟ ଲକ୍ଷ୍ମୀଯୋରରେ ଏକ ବ୍ରିଜ ନିର୍ମାଣ, ନୂତନ ଜିଲ୍ଲାପାଳ ଅଫିସ ନିର୍ମାଣ, ପୁରୁଣା ବସଷ୍ଟାଣ୍ଡରେ ଭେଡିଂ ଜୋନ, ଲକ୍ଷ୍ମୀଯୋରରେ ବନ୍ୟା ପ୍ରତିରୋଧକ, ସ୍କୁଲ କଲେଜମାନଙ୍କରେ ଶିକ୍ଷକ ପଦବୀ ପୁରଣ, ଡାକ୍ତର ପଦବି ପୁରଣ, ବେଆଇନ ମଦ, ସଟ୍ଟା, ଜୁଆ ତଥା ନିଶା କାରବାରକୁ ବନ୍ଦ କରିବା, ବଲାଙ୍ଗିର ବ୍ଲକରେ ମାଫିଆରାଜ ବନ୍ଦ କରିବା, ବେଆଇନ ଭାବେ ଦେବୋତ୍ତର ଷ୍ଟଲ ଗୁଡିକ ମାଲିକାନା ପରିବର୍ତ୍ତନ କରିବା ତଥା ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ରାଜଶ୍ରୀ ଧର୍ମଶାଳାକୁ ଭାଙ୍ଗି ବେକାର ଯୁବକମାନଙ୍କ ପାଇଁ ଦେକାନ ଗୃହ ନିର୍ମାଣ କରି କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ବୈଠକରେ ଶ୍ରୀ ମିଶ୍ର ପଦକ୍ଷେପ ନିଆଯିବାର ବ୍ୟବସ୍ଥା କରିବାକୁ କହିଥିଲେ । ଭୀମ ପାହାଡରେ ପର୍ଯ୍ୟଟନ ଉନ୍ନତି, ସ୍ଥାନୀୟ ଏଲ୍‌ଏନ୍‌ଏସ୍ କ୍ଲବର ଉନ୍ନତି ପାଇଁ ଏକ ଅଡିଟରିୟମର ପ୍ରସ୍ତାବ ଦିଆଯିବାର ନିଷ୍ପତ୍ତି ହୋଇଥିଲା । ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ବାର୍ଦ୍ଧକ୍ୟ ଭତ୍ତା ତଥା ଭୂମିହୀନଙ୍କୁ ଜମି ଓ ଘର ଯୋଗାଇବା ଏବଂ ବଲାଙ୍ଗିର ପାଏପାସରେ ଜମି ଯାଉଥିବା ଲୋକଙ୍କୁ ଶିଘ୍ର କ୍ଷତିପୂରଣ ଦେଇ କାମ ଆରମ୍ଭ କରାଯିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱ ଆରୋପ ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଶେଷ ଘୋଷଣା କରିଥିଲେ । ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା, ଅତିରିକ୍ତ ଜିଲ୍ଲାପାଳ, ଅନନ୍ତ ନାରାୟଣ ସିଂଲାଗୁରି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ  ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like