-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
କଳାହାଣ୍ଡି-କୋକସରା-(ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛିଲିପାମାଲ ଗ୍ରାମରେ DRDA ଏବଂ OLM ସହାୟତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥାନ କଳାହାଣ୍ଡି ଦ୍ଵାରା ଛତୁ ଚାଷ ଉପରେ ୧୦ ଦିନ ଧରି ତାଲିମ୍ ଶିବିର ସମାପନ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୋକସରା ଶ୍ରୀ ନାରାୟଣ ଭୋଇ ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶକ ଶ୍ରୀ ଛବିଳ ଭୋଇ , ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ମାନବାଧିକାର ଓ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମିଡିଆ ଅଫିସର ଶ୍ରୀ କିଶନ କୁମାର ପଟ୍ଟନାୟକ ଉପସ୍ଥିତଥିବା ବେଳେ ଉକ୍ତ ତାଲିମ୍ ରେ ଦିଆଯାଇଥିବା ବିଷୟ ବସ୍ତୁ କୁ ନେଇ ମୂଲ୍ୟାଙ୍କନ କରିବା ନିମନ୍ତେ ଭୁବନେଶ୍ଵରରୁ ଶ୍ରୀ ପ୍ରସନ୍ନ ନାୟକ ଯୋଗଦେଇଥିଲେ। ସେମାନଂକୁ ଉତ୍ସାହିତ କରିବା ପାଇଁ ଅତିଥି ମାନଙ୍କ କର କମଳ ରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
କିଭଲି ବ୍ୟବସାୟୀକ ଭିତ୍ତିରେ ଛତୁ ଚାଷ କରି ଲୋକେ ଉପକୃତ ହେବେ ଏ ନେଇ ୨୦ ଜଣ ଗ୍ରାମବାସୀ ଙ୍କୁ ବଛା ଯାଇ ତାଲିମ୍ ଦାତା ଶ୍ରୀ ଉମାକାନ୍ତ ମହାନ୍ତି ତାଲିମ୍ ପ୍ରଦାନ କରିଥିବା ବେଳେ ତାଲିମ ସଂସ୍ଥାନ ର ପ୍ରଶିକ୍ଷକ ଶ୍ରୀ ବିବେକାନନ୍ଦ ରଥ ସଂଯୋଜନା କରିଥିଲେ।
ଏହି ଶିବିରରେ OLM ,BLC - ସୁରେଶ କୁମାର ରାଉତ, ସୌମ୍ୟରଞ୍ଜନ ପଣ୍ଡା, SBIRSETI ଅଫିସ ଆସିଷ୍ଟାଣ୍ଡ ପ୍ରମୋଦ ଚୌଧରୀ, ପ୍ରମୋଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।