-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
(ସାଲେପୁର ରୁ ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) ସାଲେପୁର ବ୍ଲକ୍ ରେ ବ୍ୟାପକ ଦୃନ୍ନିତି ଅନିୟମତା ଓ ଗଣତାନ୍ତ୍ରିକ ଉପରେ ହୋଇଥିବା ପଞ୍ଚାୟତ ସମିତି ବୈଠକ ର ଉଚ୍ଚସ୍ତରୀୟ ତଦନ୍ତ ଦାବି ତଥା ପଞ୍ଚାୟତ ସମିତି କୁ ଭାଙ୍ଗିବାର ଦାବି ନେଇ ଏକ ଗଣ ବିକ୍ଷୋଭ C P I ପକ୍ଷରୁ ମୁତାରିଫା ପଞ୍ଚାୟତ ର ସମିତି ସଭ୍ୟ ଓଦୟକେଶରୀ ବର୍ମା ଙ୍କ ନେତୃତ୍ବରେ ଗଠିତ ହୋଇଯାଇଛି । ଏଥିରେ C P I ରାଜ୍ୟ ପରିଷଦ ସଭ୍ୟ ତ୍ରୟୀଲୋକ୍ୟ ନାଥ , ଅମରେନ୍ଦ୍ର ମହାନ୍ତି, ବିନୋଦ ବେହେରା,କୁନିଆ ଦାଶ,ଝିଲି ସାହୁ, ସୁକାନ୍ତ ପରିଆଢି,କ୍ଷିର ବେହେରା,ସନାତନ ମଲିକ, ହିମାଂଶୁ ଭୂୟାଁ, ପ୍ରତାପ ଭୋଳ,ରବିନ୍ଦ୍ର ଖଟୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବକ୍ତା ମାନେ ଆଠମାଣୀଆ ଗ୍ରାମ କୁ ରାସ୍ତା ସମିତି ସଭ୍ୟ ଓଦୟକେଶରୀ ବର୍ମା ଙ୍କ ହାତ ପାଣ୍ଠିକୁ ବେଆଇନ ଭାବେ ଖର୍ଚ କରିବା ଗୁଜରପୁର ଅଞ୍ଚଳରେ ବେଆଇନ ମଣ୍ଡପ କୁ ବନ୍ଦ କରିବା , ବ୍ଲକ ରେ ହେଉଥିବା ବ୍ୟାପକ P C ଆଦାୟ କୁ ବନ୍ଦ୍ କରିବା , ଲାଟିନ ଦୁର୍ନୀତି ର ତଦନ୍ତ କରିବା ଦାବିରେ ଗଣବିକ୍ଷୋଭ କରିଥିଲେ। ନିର୍ମାଣ ଶ୍ରମିକ ଟଙ୍କାକୁ ଗଛିତ ରଖି ସେମାନଙ୍କୁ ନଦେବା କାରଣ ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଶେଷରେ ବ୍ଲକ ଅଧ୍ୟକ୍ଷ ଙ୍କ ଇସ୍ତଫା ଦାବି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।