-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ମାଲକାନଗିରି (ପ୍ରେରଣା ଖବର) - ମାଲକାନଗିରି ଜିଲ୍ଲା ପୋଲିସ କୁ ସର୍ଚ୍ଚ ଅପରେସନ ବେଳେ ବଡ ସଫଳତା । ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷା କର୍ମୀ ଙ୍କୁ ହ୍ୟାଣ୍ଡ ଗ୍ରେନେଡ଼ , ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମ ଏମ ଗୁଳି ଜବତ ହୋଇଛି । ମାଓବାଦୀ ଙ୍କ ଦ୍ଵାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ଏହା ମାଓବାଦୀଙ୍କ ଏକ ଯୋଜନା କୁ ପଣ୍ଡ କରିବା ସହ ଶକ୍ତ ଝଟକା ଦେଇଛି!!*