-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ବରଗଡ଼ (ମୁକୁନ୍ଦ ଦାସ) - କରୋନା ମହାମାରୀ ସମୟରେ ବରଗଡ଼ ଜିଲ୍ଳା ସୋହେଲାର ଧୁସରବାହାଲ ଅଞ୍ଚଳ ର ଜଣେ ବ୍ୟକ୍ତିଙ୍କ କରୋନା ରୋଗରେ ଜୀବନ ଯାଇଥିଲା l ମୃତକଙ୍କ ନିଜ ସଂପର୍କିୟ କେହି ନଥିବା ଖବର ପାଇବା ପରେ ବରଗଡ଼ ର ନିଷ୍ଠା ପରିବାର ବଢାଇଥିଲା ସାହାଯ୍ୟ ର ହାତ lକାଳ ବିଲମ୍ବ ନକରି ନିଷ୍ଠା ଟିମ୍ ସେଠରେ ପହଂଚି କାଠ ଯୋଗାଡ କରିବା ସହ ଶବଦାହ କରିଥିଲା।ତାଙ୍କ ଦୂର ସଂପର୍କିୟ ଜଣେ ମୁଖାଗ୍ନୀ ଦେଇଥିଲେ। ଏହି ଶବଦାହ ରେ ନିଷ୍ଠା ପରିବାର ର ସଂପାଦକ ଅଶ୍ବିନୀ ତ୍ରିପାଠୀ, ଉପଦେଷ୍ଟା, ବିଦ୍ୟାଧର ଭୋଇ, ସଦସ୍ଯ ବିରେନ୍ଦ୍ର ମହାନନ୍ଦ,ମାନସ ମେହେର, ଦୟାନିଧି ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ l
ଉତ୍ତମ ସେବାପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାାୟ ସେବାରେ ଉତ୍ସାର୍ଗୀକୃତ ଅନୁଷ୍ଠାନ ହେଉଛି ନିଷ୍ଠା ପରିବାର l