-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ନୂଆପଡା(ସନ୍ତୋଷ କୁମାର ନାଏକ):ବଲାଙ୍ଗୀର ନୂଆପଡ଼ା କୁ ସଂଯୋଗ କରୁଥିବା ନୂଆପଡ଼ା ଜିଲ୍ଲା ର କୋମନା ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଗତ ୯ ତାରିଖ ଦିନ ମାଓବାଦୀମାନେ ମେଳି କରୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ସିଆର୍ପିଏଫ୍, ଡିଭିଏଫ୍ ଓ ଏସ୍ଓଜିଙ୍କ ମିଳିତ ଉଦ୍ୟମରେ କୁମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ଓ ମାଓବାଦୀ ମଧ୍ୟରେ ୪୦ରୁ ୫୦ ରାଉଣ୍ଡ ଗୁଳିବିନିମୟ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସ୍ପି । ଏହି ଗୁଳି ବିନିମୟ ସମୟରେ ୪ରୁ ୫ଜଣ ମାଓବାଦୀ ଆହତ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସ୍ପି ପ୍ରତ୍ୟୁଷ ଦିବାକର । ଗତ ୧୦ ଓ ୧୧ ତାରିଖ ମଧ୍ୟ ଦୁହିଁଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ଓ ଏବେ ମଧ୍ୟ କୁମ୍ବିଂ ଅପରେସନ ଚାଲୁଥିବା କହିଛନ୍ତି । ସେମାନଙ୍କ ଠାରୁ ଛତା, ସୋଲାର ପ୍ଲେଟ, ମାଓବାଦୀ ପୋଷ୍ଟର, ଔଷଧ ସହିତ ଅନେକ ସାମଗ୍ରୀ ଜବତ କରାଯାଇଛି । ସେହିପରି ଆଗକୁ ନିର୍ବାଚନ ଥିବା ଓ ବିଗତ ଦିନରେ ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଗୋଳବାରୁଦ କାରଖାନା କୁ ପାନୀୟ ଜଳ ଯୋଗାଣ ହେଉଥିବା ଓ ସଂଯୋଗ କରୁଥିବା ଡୁମେର ବାହାଲ ଜଳ ପ୍ରକଳ୍ପ ର ପାଣି ପାଇପ ଲାଇନ ଫଟେଇବା ସହ ପ୍ରାୟ ୧୭ ଦିନ ଶିବିର କରି ଥିବା ମାଓବାଦୀ ଙ୍କୁ କାରଖାନା ସୁରକ୍ଷା କର୍ମୀ ଘେରାଉ କରିଥିଲେ । ଉକ୍ତ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ବ୍ୟାପକ ମାଓ ସାମଗ୍ରୀ ଜବତ କରିବା ସହ ଚାରି ଜଣ ଙ୍କୁ ଗିରଫ କରାଯାଇ ଥିଲା । ହେଲେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ରୁ ସୂଚନା ନ ଦେଇ ସମ୍ବଲପୁର ଡିଆଇଜି ଙ୍କୁ ତାଙ୍କ ନିକଟରେ ହାଜର କରାଯିବ ବୋଲି କହିଥିଲେ । ବର୍ତ୍ତମାନ ଉକ୍ତ ଡୁମେର ବାହାଲ ଜଳ ପ୍ରକଳ୍ପ ରୁ କିଛି ଦୂର ଗୁଲମୀ ଜଙ୍ଗଲ ରେ ପୁନଃ ଗତ ପ୍ରାୟ ଚାରି ଦିନ ଧରି ଏକ ଶିବିର କରି ରହିଥିବା ସୂଚନା ମିଳିଛି । ମୁଖ୍ୟ ବିଭାଗୀୟ ସଚିବ ତୁରନ୍ତ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଇଛି ।