-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ପାଟଣାଗଡ଼ ( ପୁର୍ଣ୍ଣ ଶଶୀ ଶେଖର ରାଓ) ବର୍ତ୍ତମାନ କରୋନା ମହାମାରୀର ତୃତୀୟ ଲହରୀ ସାରା ଭାରତରେ ହୁ ହୁ ହୋଇ ବଢୁଥିବା ବେଳେ ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦିନକୁ ଶତାଧିକ କରୋନା ପୋଜିଟିଭ ଦେଖିବାକୁ ମିଳୁଛି।କରୋନା ମହାମାରୀ କୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାରେ ଥିବା ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରକୁ ତିନି ଦିନ ବନ୍ଦ ଡାକରା ଦେଇଛନ୍ତି ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ। ପ୍ରତିବର୍ଷ ମକର ସଂକ୍ରାନ୍ତି ପର୍ବ ରେ ହରିଶଙ୍କର ମନ୍ଦିରରେ ଭିଡ ଜମିଥାଏ। ଆସନ୍ତା କାଲି ମକର ସଂକ୍ରାନ୍ତି ଥିବା ହେତୁ ଲୋକଙ୍କ ପ୍ରବଳ ଭିଡ଼ ହୋଇପାରେ ଯାଫଲରେ କରୋନା ସଂକ୍ରମଣ ଆହୁରି ମାତ୍ରାରେ ବଢିଯିବ। ସେଥିଯୋଗୁଁ ଆସନ୍ତାକାଲି ଠାରୁ ୩ ଦିନ ହରିଶଙ୍କର ମନ୍ଦିର ବନ୍ଦ କରାଯାଇଛି।