-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ବୌଦ୍ଧ(ପ୍ରେରଣା ଖବର) : ଆଜି ପୂର୍ବାହ୍ନ ରେ ଦୁଇ ଜଣ ସାମାଜିକ ସୁରକ୍ଷା ଅଧିକାରୀ ଯୋଗ ଦେଇଥିବା ଜଣାଯାଇଛି l ରାଜେନ୍ଦ୍ର ପ୍ରଧାନ ବୌଦ୍ଧ ହେଡ଼ କ୍ଵାଟର ରେ ଯୋଗ ଦେଇଥିବାବେଳେ ହରଭଙ୍ଗା ବ୍ଲକ ପାଇଁ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଛନ୍ତି l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ ଙ୍କୁ ସାକ୍ଷାତ କରି ଦୁଇ ସାମାଜିକ ସୁରକ୍ଷା ଅଧିକାରୀ ନିଜଦାୟିତ୍ୱ କୁ ସୁଚାରୁ ରୂପେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି l ତା ପୂର୍ବରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଦୁଇ ଅଧିକାରୀ l ସାମାଜିକ ସୁରକ୍ଷା କ୍ଷେତ୍ରରେ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଠିକ ଭାବରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l