-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବଲାଙ୍ଗିର ଜିଲ୍ଲା କୂଲତା ପଡା ପଞ୍ଚାୟତର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ ପ୍ରତିବର୍ଷ ଭଳି ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି।ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି। ସୂଚନା ଅନୁଯାୟୀ ଦେଓଗାଁ ବ୍ଲକର ଖଇରଗୁଡ଼ା ଗ୍ରାମର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ କାଳରୁ ଚାଲି ଆସୁଛି ଏହି ଯାତ୍ରା। ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।
ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଏ। ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ସହ ଦେଶୀ ମଦ ପୁଜା ମାନସିକ ନେଇ ପରମ୍ପରା ଆଗେ ହାର ମାନିଲା ପ୍ରଶାସନ l ଶହ ଶହ ପଶୁ ପକ୍ଷୀ ରକ୍ତରେ ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ ।ଦିନ ତମାମ ଏହି ବଳିଯାତ୍ରା ଚାଲିଥିବା ବେଳେ ଏ ଯାତ୍ରା ରେ ପରମ୍ପରା ନା ରେ ଜୀବ ହତ୍ୟା ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ଧରି ଜୀବେଦୟା ଅନୁଷ୍ଠାନ ପକ୍ଷରୁ ପ୍ରଚାର, ପ୍ରସାର କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ ନିୟମର ସମ୍ପୂର୍ଣ୍ଣ ଖିଲାପ କରି ଏହି ବଳି ଯାତ୍ରା ଓ ଜନ ସମାଗମ କେତେ ଯୁକ୍ତିଯୁକ୍ତ ବୋଲି ଜୀବେଦୟା ଅନୁଷ୍ଠାନ ମାନ୍ୟବର ଅଦାଲତ ରେ ଏକ ମାମଲା ଦାୟର କରିବା ନେଇ ଏକ ସଭାରେ ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରାକୁ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡି ନୂଆପଡା,ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକଧାରୀ ମାନେ କରିଥିବା ଏହି ସୁଲିଆ ପୀଠ କୁ ଭକ୍ତ ଆସିଥାନ୍ତି।କୋଭିଡ କଟକଣାକୁ ଆଖିଆଗରରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା ବଲାଙ୍ଗୀର ଏସ୍ ଡି ପି ଓ ତୁଫାନ ବାଗ ସୂଚନା ଦେଇଛନ୍ତି l ପ୍ରଶାସନ ଉପସ୍ଥିତି ସତ୍ୱେ ଏଭଳି କୋଭିଡ ସମୟରେ ଏପରି କାର୍ଯ୍ୟ ର ନିନ୍ଦା ସତ୍ୱେ ଅଦାଲତ କଣ ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ।