-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ଗଞ୍ଜାମ(ଉମା ମହାରଣା) : ଗଞ୍ଜାମ ଜିଲ୍ଲା କୋଦଳା ଗୌଡ଼ସାହି ବାସି ଝଡିଆ ଗୌଡ଼ଙ୍କ ଗତ ଶନିବାର କୋଦଳା ଥାନ ଅନ୍ତର୍ଗତ ରାଣୀପଡ଼ା ନିକଟରେ ଏକ ଟ୍ରାକଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା |ଝଡିଆ ନିହାତି ଗରିବ ହୋଇଥିବାରୁ ବିଭିର୍ନ ସ୍ଥାନରୁ କିଛି ଆର୍ଥିକ ସାହାୟତା ରାଶିରେ ଶବ ସଂସ୍କାର କରାଯାଇଥିଲା |ଖବର ପାଇ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ, କୋଦଳା ନଗର ବିଜେଡି ସଭାପତି ସଂଜୀବ ସାହୁ, ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ସୁଦାମ ମାହାନ୍ତି, ଜଗନ
ସେଠି,ସକ୍ରିୟ କର୍ମୀ ଚିତ୍ରସେନ ପରିଡା ,କେଦାର ନାୟକ ପ୍ରମୁଖ ବହୁ ଦଳୀୟ କର୍ମୀ ଆଜି ମୃତ ଝଡିଆଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସ୍ୱାନ୍ତନା ଦେବା ସହ କିଛି ଆର୍ଥିକ ସାହାୟତା କରିଥିଲେ ଓ ସରକାରୀ ସାହାୟତାରେ ଯାହା ପାଇବାକୁ ଯୋଗ୍ୟ ସେଥିରେ ସମ୍ପର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୁତି ଦେଇଥବା ଯୋଗୁଁ ପରିବାର ଲୋକେ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି |