-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ଲୋଇସିଂହା, ଲୋଇସିଂହା ବ୍ଲକ ହୀରାପୁର ଗ୍ରାମପଞ୍ଚାୟତ ଟେଭାଡୁଙ୍ଗୁରି ଗ୍ରାମରେ ପୂର୍ବରୁ ଚାଲି ଆସୁଥିବା ପରମ୍ପରା ଗ୍ରାମର ବୁଢାଦେଓ ମନ୍ଦିରରେ ଆଡ଼ମ୍ବରେ ପାଳିତ ହୋଇଯାଇଛି l ଗ୍ରାମର ଗୌନ୍ତିଆ ଅଭିମନ୍ୟୁ ଭୋଇଙ୍କ ତତ୍ଵାବଧାନରେ ବୁଢାଦେଓ ମନ୍ଦିର ରେ ରୀତି ନିୟମ ଭାବେ ପୂଜା ହୋଇଥିଲା l ପୂଜାପାଠ ହେଲାପରେ ବୁଢାଦେଓ ଙ୍କୁ ମନ୍ଦିର ଠୁ ଗ୍ରାମରେ ପରିକ୍ରମା କରାଗଲା l ଲୋକେ ଘର ସାମ୍ନାରେ ପୂଜାପାଠ କରି ନିଜ ନିଜର ଗୁହାରି ବୁଢାଦେଓଙ୍କୁ ଜଣାଇଥିଲେ, ଲୋକଙ୍କ ବିଶ୍ୱାସ ଯେ ବୁଢାଦେଓଙ୍କୁ ପୂଜାର୍ଚନା କଲେ ଭକ୍ତଙ୍କ ଗୁହାରି ଶୁଣନ୍ତି l ଉକ୍ତ ପୂଜାଟି ୨ଦିନ ପର୍ଯ୍ୟନ୍ତ
ଚାଲିଥାଏ l ପ୍ରଥମ ଦିନ ପୂଜା ହେଲାପରେ ଦ୍ୱିତୀୟ ଦିନ ଯାହାର ମନସ୍କାମନା ସାକାର ହୋଇଥାଏ ସେମାନେ ଉକ୍ତସ୍ଥଳକୁ ଆସି ବୁକା, କୁକୁଡ଼ା ଓ ନଡ଼ିଆ ଚଢ଼ାଇଥାନ୍ତି l ପୂଜା ସ୍ଥଳରେ ଦେହେରି ଥିଲେ ଅଚୁତ ଭୋଇ, ରାଜକିଶୋର ଭୋଇ, ସଦାନନ୍ଦ ଭୋଇ ଶ୍ରୀକର ଭୋଇ ତଥା ଗ୍ରାମବାସୀ ଏହି ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l