-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ) : ବୌଦ୍ଧ ନୂତନ ଜିଲା ଓ ଶିକ୍ଷାଜିଲା ଭାବରେ ମାନ୍ୟତା ପାଇବାପରେ ପ୍ରଥମ ଜିଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଥିବା ସୂର୍ଯ୍ୟନାରାୟଣ ମିଶ୍ର କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ତାଙ୍କ ପରଲୋକ ହୋଇଯାଇଛି । ସେ ବର୍ତମାନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଓପେପାର ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ପୂର୍ବରୁ ସେ ହୃଦରୋଗର ଶୀକାର ହେବା ସହିତ ଅସ୍ତ୍ରପୋଚାର କରାଇଥିଲେ । ସ୍ୱର୍ଗତ ମିଶ୍ର ଅତ୍ୟନ୍ତ ମେଳାପି ଥିବାବେଳେ ତାଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ଶିକ୍ଷା ବିଭାଗରେ ତାଙ୍କର ସୁନାମ ରହିଥିଲା । ବୌଦ୍ଧଜିଲାରେ କାର୍ଯ୍ୟ କରିବା ସମୟରେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମହଲରେ ନିଜର ନିଷ୍ଠାପର କାର୍ଯ୍ୟଦକ୍ଷତା ଯୋଗୁଁ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ସୂର୍ଯ୍ୟବାବୁଙ୍କ ପରଲୋକ ସୂଚନା ପାଇବା ପରେ ତାଙ୍କର ସହକର୍ମୀ,ପରିଚିତ ବନ୍ଧୁବର୍ଗ ମହଲରେ ଶୋକର ଛାୟା ଖେଳିଯାଇଛି ।