-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ପାଟଣାଗଡ଼ //:ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନା ମୁଦି ଗାଁରେ ଜଣେ ଠିକାଦାରଙ୍କ ନାଁ ଅଭିଯୋଗ ଉପରେ ଅଭିଯୋଗ ଆସିଛି। ଅନେକ ଗରିବ ନିରିହ ହିତାଧିକାରୀ ଙ୍କୁ ଘର ନିର୍ମାଣ କରିବା ପାଇଁ ବିଲ୍ ଟଙ୍କା ଉଠାଣ କରି ଠିକାଦାର ଜଣକ କାହାରି ଘର କାମ ସମ୍ପୂର୍ଣ୍ଣ କରିନାହାନ୍ତି। କିଛି ଜଣ ଆମକୁ ଏ ବିଷୟରେ ଜଣାଇଥିଲେ ସେଥିପାଇଁ ଆମେ ପ୍ରଶାସନ ର କର୍ଣ୍ଣପାତ କରାଉଛୁ । ସୂଚନାଯୋଗ୍ୟ ଯେ ସୁନାମୁଦି ଗାଁ ର ବିଧବା ଆଦିବାସୀ ମହିଳା ଲଲିତା ବିଶି ଗତ ଦୁଇ ବର୍ଷ ତଳେ ଆବାସ ଯୋଜନାରେ ଏକ ଘର ପାଇଥିଲେ। କିନ୍ତୁ ଘର ନିର୍ମାଣ କରିବା ପାଇଁ ସକ୍ଷମ ହୋଇନଥିବା ଯୋଗୁଁ
ତାଙ୍କ ସୁନାମୁଦି ପଞ୍ଚାୟତ ଗାଈଡୁମେର ଗାଁ ର ଠିକାଦାର କରୁଣାକର ଠାକୁର ଙ୍କୁ କହିଥିଲେ। କିନ୍ତୁ ଠିକାଦାର ଜଣକ ୩ କିସ୍ତି ଅର୍ଥ ନେଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିନାହାନ୍ତି ବୋଲି ହିତାଧିକାରୀ ଲଲିତା ଆମ ପ୍ରତିନିଧି ଆଗରେ କହିଛନ୍ତି। ବର୍ତ୍ତମାନ ବିଧବା ମହିଳା ଜଣକ ନିଜ ତିନି ଝିଅଙ୍କୁ ଧରି ଭଙ୍ଗା ଘରେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ଘରେ ପୁରୁଷ ନଥିବା ହେତୁ କେହି ବ୍ଳକ ପ୍ରଶାସନ କୁ ଜଣାଇଆସୁନଥିବା ଜଣାପଡିଛି। ଏହାକୁ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।