-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ବଲାଙ୍ଗିର (ପ୍ରେରଣା ଖବର) : ରେଳ ଷ୍ଟେସନରୁ ଅଜଣା ଟ୍ରେନ ରୁ ପଡ଼ି ଜଣେ ଅଜଣା ମୃତ ବ୍ୟକ୍ତିଙ୍କ ଶବକୁ ରେଳବାଇ ପୋଲିସ ର ସହାୟତାରେ ଉଦ୍ଧାର କରିଛି ବଲାଙ୍ଗୀର ସ୍ବେଛାସେବୀ ସଂଗଠନ l ସଂଗଠନର ସଦସ୍ୟ ସନ୍ତୋଷ କୁମାର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ,ଲିଙ୍କନ ସେଠ୍ ହରି ସନ୍ୟାସୀ ପ୍ରମୁଖ ଶବକୁ ଉଦ୍ଧାର କରିବା ପରେ
ବଲାଙ୍ଗୀର ହସ୍ପିଟାଲ୍ କୁ ନେଇଥିଲେ ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣକ ବଲାଙ୍ଗୀରର କଂସାରୀ ପଡ଼ା ନିବାସୀ ସନ୍ତୋଷ ଭୋଇ ବୋଲି ଜଣାପଡିଛି l ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ଭାଇ ସରୋଜ ଭୋଇ ଆସି ପହଞ୍ଚି ଥିଲେ।ତାଙ୍କ ଭାଇ ଅନ୍ତେଷ୍ଠି କ୍ରିୟା ପାଇଁ ଅସମର୍ଥ ଥିବା ଦର୍ଶାଇ ଥିଲେ ତେଣୁ ତାଙ୍କୁ ଝିପି ଝିପି ବର୍ଷା ରେ ମଧ୍ୟ ସହାୟତା କରିବା ପାଇଁ ବଲାଙ୍ଗୀର ସ୍ବେଛାସେବୀ ସଙ୍ଗଠନ ର ଟୁନା ମିଶ୍ର, ସନ୍ତୋଷ କୁମାର ପଟ୍ଟନାୟକ,ଗୋବିନ୍ଦ ଶତପଥୀ ଲିଙ୍କନ ସେଠ, ହରି ସନ୍ୟାସୀ,ରମାକାନ୍ତ
ସେଲମା,ଦେବାଶିଷ ଗୋପାଳ,ଆଶୁତୋଷ ଭୋଷଗର,ଗଣେଶ ମହାକୁଡ, ଅନିଲ କୁମାର, ଆଶିଷ କଲେଟ, ଆକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଯୁବ ସ୍ଵେଚ୍ଛାସେବୀ ମାନେ ଜାଳେଣି କାଠ ଓ ଅନ୍ୟ ସାମଗ୍ରୀ ପାଇଁ ବିଶେଷ ସହାୟତା ପ୍ରଦାନ କରିଥିଲେ । ଅନ୍ତିମ ସଂସ୍କାରରେ ସରୋଜ ଭୋଇ ଆସି ମୁଖାଗ୍ନି ଦେଇଥିଲେ l