-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ୩ ଜଣ ଡାକ୍ତର ଆଇସୋଲେସନ ରେ ଆଉ ୬ ଜଣ ଡାକ୍ତର କୋଭିଡ ପୋଜିଟିଭ ରେ ଚିକିତ୍ସିତ ଅଛନ୍ତି ଯାଫଳ ରେ କି ଡାକ୍ତରଖାନା ର ଅଉଟଡୋର ଆଜି ସମ୍ପୂର୍ଣ ରୂପେ ବନ୍ଦ ରହିଥିବାରୁ ରୋଗୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି l ଏବଂ ଯେଉଁ କେତେଜଣ ସୁବର୍ଣ୍ଣପୁର ର ସ୍ଥାୟୀ ଡାକ୍ତର ସେମାନଙ୍କ ଘରୋଇ କ୍ଲିନିକ ମାନଙ୍କ ରେ ଆଜି ଠୁ ଆହୁରି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଆଉ ମେଡିକାଲ ଫ୍ଲୁ କର୍ନର ରେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ନ କରିବା, ଓ କେତେ ଜଣ ଡାକ୍ତର ଙ୍କ ଘରୋଇ ଚିକିତ୍ସାନିଶା ଯୋଗୁଁ ଆଜି ସେମାନେ ହିଁ ମୁଖ୍ୟ ହସ୍ପିଟାଲ ର ସୁପର ସ୍ପ୍ରେଡ଼ର କାରଣ ସାଜି ଥାଇ ପାରନ୍ତି l ଆଜି ଜିଲ୍ଲାର କୋଭିଡ଼୍ ସ୍ଥିତି ଶତକ ପାର କରିଛି ତେଣୁ ଏଥିରେ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ତେଣେ ସି ଡି ଏମ ଓ ଙ୍କୁ ଏ ବିଷୟରେ ପଚାରି ବାରୁ ୩ ଜଣ ଙ୍କ ସେମ୍ପୁଲ ଟେଷ୍ଟ ଯାଇଛି, ଏବେ ୬ ଜଣ ଡାକ୍ତର ପଜିଟିଭ ରେ ଆଉ ଜଣେ ଛୁଟି ଯୋଗୁଁ ଆଉଟ ଡୋର ପୁରl ବନ୍ଦ ରହିଛି l ସରକାର ଙ୍କ ନିର୍ଦ୍ଦେଶ ବି ଆସିଲାଣି ଯେ ଅତି ଜରୁରୀ ନ ଥିଲେ ଡାକ୍ତରଖାନା ରେ ଅଯଥା ରେ ରୋଗୀ ଭିଡ଼ କରନ୍ତୁ ନାହିଁ l ଏବଂ ରୋଗୀ ଙ୍କୁ ଟେଲି ଚିକିତ୍ସା ସାହାଯ୍ୟ ରେ ଚିକିତ୍ସା ର ସୁବିଧା ଦିଆଯିବ ବୋଲି କହିଲେ l ଡାକ୍ତର ଙ୍କ କ୍ଲିନିକ ଭିଡ଼ ତାଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ଆମେ ମନା ସିନା କରିବୁ ହେଲେ ୱାର୍ନିଙ୍ଗ ଦେଇ ପାରିବୁନି l ଜ଼ିଲ୍ଲା ପ୍ରଶାସନ ଚାହିଁଲେ ତାହା ଉପରେ କଡା କାର୍ୟlନୁଷ୍ଠାନ ନେଇ ପାରିବେ l ବର୍ତମାନ ଭଗବାନ ଭରସା ରେ ରୋଗୀ ଅଛନ୍ତି ସୁବର୍ଣ୍ଣପୁର ର ମୁଖ୍ୟ ଡାକ୍ତରଖାନା ରେ l ଟେଲି ଚିକିତ୍ସା ସୁବିଧା ରେ ଲୋକେ ଆଗରୁ ରେସ୍ପପନ୍ସ ପାଉ ନ ଥିବା ଅଭିଯୋଗ ହେଉଥିଲା l ଏଭଳି ଏକ ଜରୁରୀ କାଳୀନ ପରିସ୍ଥିତି ରେ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ର ଏ ସମ୍ବେଦନଶୀଳ ଘଟଣା ସବୁ ର ସମାଧାନ ପାଇଁ କେତେ ଶୀଘ୍ର ପଦକ୍ଷେପ ଗ୍ରହଣ କରୁଛି ତାହା ଏବେ ସହର ର ଜନସାଧାରଣ ଙ୍କ ଅପେକ୍ଷା ରହିଛି ତଥା ଡେପୁଟେସନରେ ହେଲେ ଡ଼ାକ୍ତର ଙ୍କୁଆଣି ଆଉଟଡୋର ଚାଲୁ ରଖିବାପାଇଁ ଜନସାଧାରଣ ରେ ଦାବିହେଉଛି l