-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ବଲାଙ୍ଗିର, ସମ୍ବଲପୁରୀ କୋଶଲି ନାଟ୍ୟ ଜଗତର ପ୍ରକାଦ ପୁରୁଷ ତଥା ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଭୁଖା” ର ପଟ୍ଟକଥା ଓ ସଂଳାପ ଲେଖକ ଡ. ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ବିୟୋଗରେ ନାଟ୍ୟ ସଂସ୍ଥା ‘ସପ୍ତରଙ୍ଗ’ ଦ୍ୱାରା ଶୋକ ପାଳିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପରିଚାଳନାରେ ଅନୁଷ୍ଠିତ ଶୋକସଭାରେ ତିର୍ଥରାଜ ପଟେଲ, ଅଶୋକ ଚାନ୍ଦ, ଡା. ମନୋରଞ୍ଜନ ଦାଶ, ବିଜୟ କୁମାର ତ୍ରିପାଠୀ, ରତନ କୁମାର ମେହେର, ସ୍ୱାଧୀନ କୁମାର ପଣ୍ଡା, ବ୍ରହ୍ମାନନ୍ଦ ବନଛୋର, ପ୍ରଦୀପ୍ତ ପତି, ଅଜିତ ମହାନ୍ତି, ବ୍ରଜ କିଶୋର ପଣ୍ଡା, ବିଶ୍ୱଜିତ ନନ୍ଦ, କିଶୋର ଖମାରୀ, ଗୋପାଳ ପ୍ରଧାନ ପ୍ରମୁଖ କଳାକାରମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶିକ୍ଷା ଓ ନାଟ୍ୟଜଗତର ମୂର୍ଦ୍ଧନ୍ୟ ପୁରୁଷଙ୍କ ପରମଗତି କାମନା କରିଥିଲେ । ଏ କ୍ରମରେ, ‘ସପ୍ତରଙ୍ଗ’ ଦ୍ୱାରା ‘ଭୁଖା’ ନାଟକର ପରିବେଷଣ ଓ ‘ଭୁଖା’ ଚଳଚ୍ଚିତ୍ରରେ ବିଶେଷ ସଂପୃକ୍ତିର ସ୍ମୃତିଚାରଣ କରାଯାଇଥିଲା ।