-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) // ଟିଟିଲାଗଡ଼ ଓକିଲ ସଂଘ ସଭାପତି ରୂପେ ଦାଇତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନ ଜୀବୀ ଅରବିନ୍ଦ ମେହେତୋ । ବରିଷ୍ଠ ଆଇନଜୀବୀ ଶ୍ରୀ ମେହେତୋ ଓକିଲ ସଂଘ ସଭାପତି ଭାବେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିବା ବେଳେ ସେ ସାଧାରଣ ତଥା ଗରିବ ଲୋକମାନଙ୍କ ନିମନ୍ତେ କିପରି ସରକାରୀ ଓକିଲ ତାଙ୍କୁ ମିଳି ପାରିବ ବିନା ଖର୍ଚ୍ଚରେ ଆଇନ ସେବା ଯୋଗାଇ ଦିଆଯାଇ ପାରିବ,ଅନେକ ସଂଖ୍ୟକ ବିଚାରଧୀନ ରହିଥିବା ମାମଲାରେ ସାଧାରଣ ତୁରନ୍ତ ମାମଲା ର ଫଇସଲା କରା ଯାଇ ପାରିବ, ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବା ସହ ବିଭିନ୍ନ ଅଞ୍ଚଳରେ
ଆଇନ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ମାନ କରିବା ପ୍ରକାଶ କରିଛନ୍ତି ।ସେହିପରି ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ନିମନ୍ତେ ଓକିଲ ସଂଘ ପକ୍ଷରୁ କଣ ପଦକ୍ଷେପ ନିଆଯିବ କି ? ସେ ପ୍ରଶ୍ନ ରେ ଉକ୍ତ ଦାବି ପୂରଣ ନିମନ୍ତେ ଆଗାମୀ ଦିନରେ ଓମିକ୍ରନ୍ କୁ ଦୃଷ୍ଟି ରେ ରଖି ଦାବୀ କାର୍ଯ୍ୟକାରୀ କରିବା ସହ ଜିଲ୍ଲା ପାଇଁ ଆବଶ୍ୟକ ହେଲେ ତୀବ୍ର ଆନ୍ଦୋଳନ କରାଯିବ, ବୋଲି କହିଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଉକ୍ତ ପଦବୀ ରେ ଅଞ୍ଚଳର ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ପୂରଣ ହେବା ସାଧାରଣ ରେ ଆଶା କରାଯାଉଛି ।