-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ)/ କଣ୍ଟାବାଞ୍ଜି ସହରରେ ଏକ ନୂତନ ଗ୍ରନ୍ଥାଗାର ପାଇଁ ଦାବି କରିଛି ସହରର ସମ୍ରାଟ ଅଶୋକ ଫାଉଣ୍ଡେସନ୍ ଏ ନେଇ ଫାଉଣ୍ଡେସନ୍ ପକ୍ଷରୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମି ରେଡ୍ଡୀ ଜୟଶ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ଗ୍ରନ୍ଥାଗାର ନଥିବାରୁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାରର ସୁବିଧା ମିଳି ପାରି ନାହିଁ। ଅନେକ ଦିନରୁ ସହର ଭିତରେ ଥିବା ଗୋଟିଏ ପାଠାଗାର ଅଛି। ହେଲେ ଏହି ପାଠାଗାରରେ କୌଣସି ପ୍ରକାରର ବହି, କମିକ୍ସ, ପେପରର ସୁବିଧା, ବସିବାର ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ଏଠାରେ ପଢିବା ପାଇଁ ଅସୁବିଧା ଭୋଗୁଛନ୍ତି। ତେଣୁ ଅଣ୍ଟା ଭିଡ଼ି ଗ୍ରନ୍ଥାଗାର ହେଲେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ ଦାବିପତ୍ର ପ୍ରଦାନ ବେଳେ ଫାଉଣ୍ଡେସନ୍ର ସଭାପତି ବବୃବାହାନ ବାଗ, ସଂପାଦକ ଜଗମୋହନ ତାଣ୍ଡି, ଉପସଭାପତି ଗିରିଧାରି ସିନ୍ଦୁର, ବ୍ରହ୍ମା ସିଂ ମହାନନ୍ଦ,କୋଷାଧ୍ୟକ୍ଷ ଶାନ୍ତ ସୁନା, ସଂଯୋଜକ ନରହରି ଜାଲ, ସହ ସଂପାଦକ ଭୁଲେନ୍ଦ୍ର ମହତ, ଅଭିରାମ ତାଣ୍ଡି , ବିଶାଳ ମଜଖଣ୍ଡ , ଯୋଗୀ ପ୍ରସାଦ ବାଗ,ରିତେଶ ସୁନା, ଡମ୍ବରୁ ରଣା, ଅଭିରାମ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।