(ରିପୋର୍ଟ : ଅନ୍ତର୍ଯ୍ୟାମୀ ସାହୁ) "/>
-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବଲାଙ୍ଗିର// କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ କରୋନାର ତୃତୀୟ ଲହରକୁ ସଫଳ ମୁକାବିଲା କରିବା ପାଇଁ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାବାସଦୀଙ୍କଦ୍ଦନ୍ତ୍ରେଶ୍ୟରେ ନିଜର ମାସିକ ଭିଡିଓ ବାର୍ତ୍ତାରେ କହିଛନ୍ତି । ଜିଲ୍ଲାରେ ପ୍ରତିଦିନ ୨୫ ଶହ ଟେଷ୍ଟ କରାଯାଉଛି । ଛୁଆ ମାନଙ୍କ ପାଇଁ ଭେକ୍ସିନେସନ ଆରମ୍ଭ ହୋଇଯାଇଛି । ତେଣୁ ସମସ୍ତେଟୀକା ନେବା ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ଅନୁରୋଧ କରିଛନ୍ତି । ସମସ୍ତ କୋଭିଡ ୱାର୍ଡ ଓକ୍ସିଜେନ ସିଲିଣ୍ଡର ସହ କନେକ୍ଟ ଅଛି ବୋଲି ଶ୍ରୀ ରାଣା କହିଛନ୍ତି । କୋଭିଡ ପେଟେଣ୍ଟ ପାଇଁ ସବୁ ପ୍ରକାର ସୁବିଧା ଭୀମ ଭୋଇ ମେଡିକାଲରେ ଉପଲବ୍ଧ ରହିଛି ବୋଲି ଶ୍ରୀ ରାଣା କହିଛନ୍ତି । ପ୍ରତ୍ୟେକ ବ୍ଲକରେ କୋଭିଡ ଏମ୍ବୁଲେନ୍ସ ରହିଥିବା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ କଂଟ୍ରୋଲ ରୁମ ଖୋଲାଯାଇଥିବା ଶ୍ରୀ ରାଣା କହିବା ସହ ସମସ୍ତେ ଏସ୍ଆରସି୍ ଗାଇଡଲାଇନକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସମସ୍ତେ ସତର୍କ ରହୁନ୍ ଓ ସୁସ୍ଥ ରହୁନ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ।