-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ପାଟଣାଗଡ଼/ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର କେତୋଟି ଜିଲ୍ଲାରେ ଆଦିବାସୀ ସଂରକ୍ଷଣ କୁଟା ଉଠାଇ ଦେଇଛନ୍ତି। ସେଥିପାଇଁ ଆଦିବାସୀ ମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ତାର ପ୍ରତିବାଦରେ ସାରା ରାଜ୍ୟରେ ଆଦିବାସୀ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିବାବେଳେ ଆଜି ସେହିପରି ଭାବେ ପାଟଣାଗଡ଼ ବ୍ଳକ ସୁନାମୁଦି ପଞ୍ଚାୟତ ରେ ଆଦିବାସୀ ନେତା
ଧୁବଲେଶ୍ବର ଭୋଇ ଙ୍କ ନେତୃତ୍ୱରେ ଆଦିବାସୀ ସଂପ୍ରଦାୟ ର ଶତାଧିକ ପୁରୁଷ ଓ ମହିଳା ମାନେ ଏକ ଶୋଭାଯାତ୍ରା ବାହାରି ଗାଁ ସାରା ପରିକ୍ରମା କରିଥିଲେ। ଏବଂ ପରିଶେଷରେ ପଞ୍ଚାୟତ ଅଫିସ୍ ଭିତରେ ଧାରଣା ଦେବା ସହ ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ମାରି ବନ୍ଦ କରିଦେଇଛନ୍ତି। ଯଦିଓ ସରକାର ଆଦିବାସୀ କୁଟା ଉଚ୍ଛେଦ ପ୍ରସଙ୍ଗ ନ ରୋକିବେ ତାହେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଦେବେନାହିଁ ବୋଲି ଆଦିବାସୀ ସଂଘ ଚେତାବନୀ ଦେଇଥିବା ଜଣାପଡିଛି।