-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ପାଟଣାଗଡ଼// ସରକାର କୋଟି କୋଟି ଟଙ୍କା ବିନିମୟ ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକ ବ୍ଳକ ଓ ପଞ୍ଚାୟତ ଜରିଆରେ ଦେଉଥିବା ବେଳେ ପିଇଓ,ସରପଞ୍ଚ, କନିଷ୍ଠ ଯନ୍ତ୍ରୀ, ଠିକାଦାର ଙ୍କ ମାନେ ମିଶି କାର୍ଯ୍ୟ ର ଅଧା ଟଙ୍କା ହଡ଼ପ କରୁଥିବା ଶୁଣିବାକୁ ମିଳେ। ଗୋଟିଏ ଠିକାଦାର ର ଲାଭାଂଶ ୧୦% ହୋଇ ଥିବା ବେଳେ ଆହୁରି ଲାଭାଂଶ ପାଇଁ ଅତି ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସେହି ଯୋଜନା ଗୁଡିକ ଅବନତି ପଥକୁ ଯାଉଛି। ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ସୁନାମୁଦି ଗାଁ ହରିଜନ ପଡ଼ାର ରାସ୍ତା ଗୁଡିକ ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। ହରିଜନ ପଡା ତିନି ପାର୍ଶ୍ଵରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ଗୋଟିଏ ପାର୍ଶ୍ୱରେ ୪୦୦୦୦୦ ଲକ୍ଷ ଟଙ୍କାର ଏକ ସୂଚନା ଦିଆଯାଇଛି। ସୂଚନା ଫଳକ ବୋର୍ଡ ଲେଖା ଅନୁସାରେ ନୂତନ କଂକ୍ରିଟ ରାସ୍ତା ନିର୍ମାଣ ହେବା କଥା କିନ୍ତୁ ଭଙ୍ଗା କଂକ୍ରିଟ ରାସ୍ତା ଉପରେ ରାସ୍ତା ଅତି
ନିମ୍ନ ମାନର କରାଯାଇଥିବା ଗ୍ରାମବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି। ଯଦିଓ ନୂତନ କଂକ୍ରିଟ ରାସ୍ତା ନିର୍ମାଣ କରାଯାଏ ତାହେଲେ ପୁନଃ ମେଟାଲିଂ କରି ସିମେଣ୍ଟ,ଚିପ୍ସ ମିଶାଇ ରାସ୍ତା ନିର୍ମାଣ କରାଯାଏ। ଏବଂ ତାହା ଅତି କମ୍ ରେ ୫/୩ ଇଞ୍ଚ୍ ଉଚ୍ଚତା ହେବା କଥା। କିନ୍ତୁ ଏଠାରେ ମାତ୍ର ୧ ଇଞ୍ଚ ଉଚ୍ଚତା କାମ ହୋଇଥିବା ଜଣାପଡିଛି। ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଲୋକ ଅଭିଯୋଗ କରିବେ ନାହିଁ ବୋଲି ଲୋକ ଙ୍କ ଘର ସମ୍ମୁଖ ରୁ ରାସ୍ତା ନିର୍ମିତ କରିଛନ୍ତି। ସତରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ କେତେ ଦୟାଲୁ ଯେ ଆମ ଘରୁ ବାହାରିଲା କ୍ଷଣି କାଦୁଅ ଲାଗିବନି। କିନ୍ତୁ ଏପଟେ ନିମ୍ନ ମାନର ନିର୍ମାଣ କରି ସରକାରୀ ଟଙ୍କା ହରିଲୁଟ କରିଥିବା କଥା ନିରିହ ଲୋକଙ୍କୁ ଜଣାନାହିଁ।ଅନ୍ୟ ପାର୍ଶ୍ବରେ ମଧ୍ୟ ସେମିତି କାମ କରିଛନ୍ତି ଓ ସୂଚନା ଫଳକ ବୋର୍ଡ ଦିଆଯାଇନଥିବା ଗାଁ ର କିଛି ଭଦ୍ରବ୍ୟକ୍ତି ଙ୍କ ଠାରୁ ଶୁଣିବାକୁ ମିଳୁଛି। ଏହି କାର୍ଯ୍ୟ ପ୍ରତି ବଲାଙ୍ଗିର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।