-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବଲାଙ୍ଗୀର,,ବଲାଙ୍ଗୀର ଜିଲ୍ଲାରେ ମାତ୍ରାଧିକ ଭାବେ ଦେଶୀ ରନ୍ଧା ମଦ ପ୍ରସ୍ତୁତି ଓ ଚାଲାଣ ବୃଦ୍ଧି ପାଇ ଚାଲିଥିବା ଅଭିଯୋଗ ହୋଇଆସୁଛି । ପ୍ରକାଶ ଯେ ଅଧିକ ନିଶାଯୁକ୍ତ କରିବା ପାଇଁ ଏହି ରନ୍ଧା ମଦ ପ୍ରସ୍ତୁତି ରେ ୟୁରିଆ ସାର ମିଶା ଯାଉଛି । ଯଦ୍ବାରା ଏହି ରନ୍ଧା ମଦ ପିଇ ଅନେକ ଅକାଳ ମୃତ୍ୟୁ ର ଶିକାର ହେଉଥିବା ବେଳେ ଅବକାରୀ ବିଭାଗ ତଥା ପୋଲିସ ଏ ନେଇ ଉପଯୁକ୍ତ ପଦକ୍ଷେପ ନ ନେବା ତାଙ୍କ କାର୍ଯ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇ ଆସୁଛି । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସହ ଉଭୟ ପୁରୁଷ, ଯୁବକ ତଥା ମହିଳା ମାନେ ଏହି ମଦ ପିଇବା ଓ ଘରେ, ଘରେ ମଦ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ରେ ପରିଣତ ହୋଇଛି । ସେହିପରି ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ତରଫରୁ ଚଢ଼ାଉ କରି ମାଗୁରବେଡା ଗ୍ରାମରୁ ମଦ ବିକ୍ରି ବେଳେ ଦୁଇ ଜଣଙ୍କୁ ଗିରଫ ସହ ୩୪ ଲିଟର ରନ୍ଧା ମଦ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଖଇରଗୁଡା ଗ୍ରାମର ସୁବ୍ରତ କୁଅଁର ଓ ବନମାଳୀ କୁଅଁର ଦୁଇ ଜଣ ଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ଦୃଢ ଦାବି ହୋଇଆସୁଛି ।