-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ସୋନପୁର, (ପ୍ରେରଣା ଖବର)- ସଚେତନତା ହିଁ ସୁରକ୍ଷା । କରୋନା ପ୍ରଭାବରେ ଜୀବନ, ଜୀବିକା ଏବଂ ଶିକ୍ଷାର ଗତି ଶିଥିଳ ହୋଇଯାଇଛି । ସଠିକ ଭାବରେ ହାତ ଧୋଇବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ ଗାଇଡଲାଇନ ମାନି ଚଳିବା ହିଁ ବର୍ତମାନର ଆହ୍ୱାନ । ଏହି କଥାକୁ ଲକ୍ଷ୍ୟ ରଖି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ମାର୍ଗଦର୍ଶନରେ ଉଲୁଣ୍ଡା ବ୍ଲକରେ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ବିସିସି ପ୍ରହଲ୍ଲାଦ ନାୟକ, ବରିଷ୍ଠ ଜୁନିଅର ରେଡକ୍ରସ ପରାମର୍ଶଦାତା ପ୍ରସନ୍ନ କୁମାର ଶତପଥି ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ରେଡକ୍ରସ ବାର୍ତା ପ୍ରଦାନ କରିଛନ୍ତି । ବିଦ୍ୟାଳୟରେ କିଭଳି ଜୁନିଅର ରେଡକ୍ରେସ ୟୁନିଟ ଖୋଲାଯାଇ ରେଡକ୍ରସର ସେବା, ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ଦିର୍ବିପାକ, ନିଆରୁ ସୁରକ୍ଷା ଭଳି ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇ ପାରିବ ସେ ବିଷୟରେ ପ୍ରଧାନ ଶିକ୍ଷକ ଏବଂ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କ ସହିତ ଆଲୋଚନା କରିଥିଲେ । ବିିଶିପଡା ହାଇସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପଣ୍ଡା, ପଂଚାୟତ ସମିତି ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନଳିନୀ କୁମ୍ଭାର, ପଂଚମହଲା ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଧର ବାଗ, କ୍ଷେମୋଲେଇ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ଗାରଗାରିଆ, ଚଡେଇପଙ୍କ ହାଇସ୍କୁଲର ପ୍ରଧାନଶିକ୍ଷକ ବୈଷ୍ଣବ ଭୋଇ, ଷିଣ୍ଢୋଲ ହାଇସ୍କୁଲର ବୀରେନ୍ଦ୍ର ପର୍ଡିଆ, ଧର୍ମଶାଳା ହାଇସ୍କୁଲର ଲୋକନାଥ ମେହେର, କୁମାରକେଲି ସ୍କୁଲର ପ୍ରଧାନଶିକ୍ଷକ ମନରୁଚି ଭୋଇ, କଇରାଝୁଲି ସ୍କୁଲର ପ୍ରଧାନଶିକ୍ଷକ ଜନାରର୍ଦ୍ଦନ ସାହୁ, ହିଙ୍ଗମା ହାଇସ୍କଲର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପାଢୀ, କୋଟସମଲାଇ ହାଇସ୍କୁଲର ଶୋଭାସିନୀ ମିଶ୍ର ପ୍ରମୁଖ ଜୁନିଅର ରେଡକ୍ରସର ସଚେତନତା କାର୍ଯ୍ୟକ୍ରମରେ ନିଜ ନିଜ ସ୍କୁଲକୁ ସାମିଲ କରିବାକୁ ପ୍ରତିଶୃତି ଦେଇଥିଲେ । କାଉନସିଲର ଜୟନ୍ତୀ କେନେଡି, ସୁବ୍ରତ ସାହୁ,ତୁଷାର ମିଶ୍ର, ଅନିରୁଦ୍ଧ ପାଢୀ, ହୃଷିକେଶ ଚାନ୍ଦ, ଲାଲବାବୁ ସେଠୀ, ପ୍ରେମସାଗାର ବେହେରା, ଇନ୍ଦ୍ରମଣି ପଧାନ,ସଚିଦାନନ୍ଦ ପଧାନ , ସାନ ଡାଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।