-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ସିନ୍ଧେକେଲା //ବଙ୍ଗୋମୁଣ୍ଡା ବ୍ଲକ ର ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ମାରିଛନ୍ତି ଆଦିବାସୀ ସଂଘ ର କାର୍ଯ୍ୟକର୍ତା । ଚଳିତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ,ବ୍ଲକ ଅଧ୍ୟକ୍ଷ ଆଦି ପଦବୀ ଗୁଡିକ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ କରା ଯାଇନଥିବାରୁ ଆଦିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠୁ ଆଦିବାସୀ ମହଲରେ ଅସନ୍ତୋଷ ର ଦାନା ବାନ୍ଧିଥିବା ବେଳେ ଆନ୍ଦୋଳନ ମଧ୍ୟ ତୀବ୍ରତର ହେଉଛି । ମଙ୍ଗଳବାର ଦିନ ଆଦିବାସୀ ମାନେ ଅର୍ଶାତୁଲା ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲାବନ୍ଦ କରି ଦେଇଛନ୍ତି । ଏପରିକି କାର୍ଯ୍ୟାଳୟ ରେ ଜିଆରଏସ ଙ୍କୁ ମଧ୍ୟ କାର୍ଯ୍ୟାଳୟ ମଧ୍ୟରେ ତାଲା ବନ୍ଦ କରି ରଖିଦେଇ ଥିଲେ।ପରେ ଜିଆରଏସ କୁ ଛାଡ଼ିଦେଇ ଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟ କୁ ବନ୍ଦ କରିଥିଲେ ।ଦାବି ପୂରଣ ନ ହେଲେ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିବା ବେଳେ ଅର୍ଶାତୁଲା ପଞ୍ଚାୟତରେ କେବଳ ମହିଳା ଙ୍କ ପାଇଁ ସଂରକ୍ଷିତ ହୋଇ ଆସୁଥିବା ମଧ୍ୟ ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ଆଦିବାସୀ ସଂଘ ର ପଞ୍ଚାୟତ ସଭାପତି ଫକୀର ମାଝୀ, ଧୁବଳେଶ୍ବର ମାଝୀ, ଅର୍ଜୁନ ମାଝୀ, ରାଜେନ୍ଦ୍ର ମାଝୀ, ହୃଷି ମାଝୀ, ବୀର ମାଝୀ, ଘୃତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।