-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ରେଢ଼ାଖୋଲ (ଅନୀଲ କୁମାର ପୃଷ୍ଟି) : ରେଢ଼ାଖୋଲ ବ୍ଲକ ଚାଇଲଡ ଲାଇନ ତରଫରୁ ମଙ୍ଗଳବାର ଦିନ ଚାରମାଲରେ ସଡ଼କ ସୁରକ୍ଷା ସପ୍ତାହର ପ୍ରଥମ ଦିନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଡ଼ି ଚାଲକ ମାନଙ୍କ ସହିତ ସଡକ ସୁରକ୍ଷା ଉପରେ ବିଶେଷ ଆଲୋକପାତ କରାଯାଇଥିଲା ଚାରି ଚକିଆ ଯାନରେ ଗଲାବେଳେ ସାଇଟ୍ ବେଲ୍ ପିନ୍ଧିବା, ଦୁଇ ଚକିଆ ଜନରେ ଗଲାବେଳେ ହେଲମେଟ ପିନ୍ଧିବା ଏବଂ ରାସ୍ତା ରେ ଗଲାବେଳେ ନୀତିନିୟମ ମାନି ଗାଡ଼ି ଚଳାଇ ବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା ତା ସହିତ ନିଶାସେବନ ନ କରି ଗାଡ଼ି ଚଳାଇବା , ଦୃତ ବେଗରେ ଗାଡ଼ି ନ ଚଳାଇବା ଓ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇ ବା ପାଇଁ ସମସ୍ତଙ୍କୁ ଲିଫ୍ଲେଟ ଓ ପୋଷ୍ଟର ମଧ୍ୟ ବଣ୍ଟନ କରି ସଚେତନ କରାଯାଇଥିଲା । ଏଥିରେ ରେଢ଼ାଖୋଲ ଚାଇଲ୍ଡ ଲାଇନର ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ସାଗର, ଗୋବିନ୍ଦ ଭବସାଗର୍, ସଞ୍ଜୀବ ନନ୍ଦ ଓ ଯୋଶନା ନାଏକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।