-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସଭା ଗୃହରେ ଆଶୀର୍ବାଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ରେ ଡି ସି ପି ଓ ଚତୁର୍ଭୁଜ ଦାସ, ବ୍ଲକ ଅଧ୍ୟକ୍ଷ ମକରଧ୍ବଜ ସାହୁ, ବି ଡି ଓ ତ୍ରିପୁର ମହାନନ୍ଦ, ସି ଡି ପି ଓ ଜୟନ୍ତୀ ଗଡ଼ତ୍ୟା, ସି ଡବ୍ଲ୍ୟୁ ସି ମେମ୍ବର୍ ଦିଲ୍ଲୀପ କୁମାର ମୁଖୀ, ଡି ସି ପି ୟୁ ଥବିର କାଲସାଏ ଓ ଚାଇଲ୍ଡ଼ ଲାଇନ୍ ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓ
ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରି ଆଶିର୍ବାଦ ଫର୍ମ ସଂଗ୍ରହ କରାଯାଇଥିଲା। ଏଥିରେ ଆଇ ସି ଡି ଏସ୍ ସୁପରଭାଇଜର୍ ମାନଙ୍କ ସହ ଅଙ୍ଗନବାଡ଼ି କର୍ମୀମାନେ ସହଯୋଗ କରିଥିଲେ।