-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜୋନ - ୧ ରେ ଜିଲ୍ଲା ପରିଷଦ ସଦସ୍ୟ ସିଟ ପାଇ ଅଞ୍ଚଳ ବାସୀ ସରକାର ଙ୍କ ପ୍ରତି ଅସୋନ୍ତୋଷ ପ୍ରକାଶ କରିଛନ୍ତି l
ସୂଚନା ଯୋଗ୍ୟ ଯେ ଗତ ପଚିଶ ବର୍ଷ ମଧ୍ୟ୍ୟ ରେ ଅନୁସୁଚିତ୍ ଜନଜାତି ଦଶ ବର୍ଷ, ଅନ୍ୟାନ୍ୟ ଜାତି ଦଶ ବର୍ଷ, ଜେନେରାଲ ପାଞ୍ଚ ବର୍ଷ ଶାସନନ କରିବା ପରେ ଚଳିତ ନିର୍ବାଚନ ରେ ସରକାର ଅନୁସୁଚିତ ଜାତି ମହିଳା ପାଇଁ ପ୍ରଥମେ ଘୋଷଣା କଲେ ଓ ପରେ ଅନୁସୁଚିତ ଜାତି ପୁରୁଷ ଘୋଷଣା କଲେ ଓ ଏବେ ଘୋଷଣା କଲେ ଆଦିବାସୀ ସିଟ ,ଏଥି ପ୍ରତି ସରକାର ବାରମ୍ବାର ସିଟ ବଦଳି କରୁଥିବା ଯୋଗୁ ଆମପାଣି ଜୋନ -୦୧ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l
ଆଜି ଆମ ପାଣି ଠାରେ ସମସ୍ତେ ଅନୁସୁଚିତ ଜାତି ର ଲୋକେ ଏକତ୍ର ହୋଇ ଏକ ପ୍ରେସ ମିଟ କରି ସରକାରଙ୍କୁ ଅନୁରୋଧ କରିଛନ୍ତି କି , ପୂର୍ବ ରେ ଥିବା ସେହି ଅନୁ ସୁଚିତ ଜାତି ସିଟ ହିଁ ରହିବାପାଇଁ ଦାବି କରିଛନ୍ତି l ଏଠାରେ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନେ ହେଲେ ଶ୍ରୀଯୁକ୍ତ ଟିକି ଚନ ଧଙ୍ଗଡା ମାଝୀ, ଶରତକୁମାର ନାୟକ, ଦିନ ବନ୍ଧୁ ପାଣିଗ୍ରାହୀ , ଖଗେ ଶ୍ୱର ପାଣିଗ୍ରାହୀ, ଧରିତ୍ରି ବାଗ , ରାମନାଥ ଖମାରୀ , ମନୁ ଖମାରୀ ,ଦେବରାଜ ପାଣିଗ୍ରାହି ଓ ମହାନ୍ତି ବାଗ ପ୍ରମୁଖ ଉପସ୍ଥିତ ରହି ଥିଲେ l ଯଦି ଏଥି ପ୍ରତି ସରକାର ଦୁଷ୍ଟି ନ ଦିଅନ୍ତି ତାହାହେଲେ ଆମେ ଆନ୍ଦୋଳନ କୁ ଓଲେହି ରାସ୍ତା ରୋକ କରି ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି l