-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ପାଟଣାଗଡ଼ ( ପୁର୍ଣ୍ଣ ଶଶୀ ଶେଖର ରାଓ) ବର୍ତ୍ତମାନ ପୁଣି କରୋନା ମହାମାରୀ ଲେଉଟି ଉଗ୍ରରୂପ ନେବାକୁ ବସିଲାଣି। ସେଥିପାଇଁ ସରକାର କରୋନା କଟକଣା ଜାରି କରିଛନ୍ତି। ଏବଂ ନାଇଟ କର୍ଫ୍ୟୁ ବଳବତ୍ତର ରଖିଛନ୍ତି।ମାକ୍ସ ଓ ସାନିଟାଇଜର ବ୍ୟବହାର ପରାମର୍ଶ ଦେଇଥିବା ବେଳେ ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ମାକ୍ସ କଡ଼ାକଡ଼ି ଚେକିଂ ଚାଲିଛି। ସେଥିପାଇଁ ଆଜି ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଙ୍କ ନେତୃତ୍ୱରେ ପାଟଣାଗଡ଼ ବାଲିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ମାକ୍ସ ଚେକିଂ କରାଯାଇଥିଲା। ଏବଂ ମାକ୍ସ ନ ପିନ୍ଧିଥିବା ବ୍ୟକ୍ତି ଙ୍କ ଠାରୁ ଫାଇନ ଆଦାୟ କରିଥିଲେ। ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଧିରଜ ପାତ୍ର, ସବ୍ ଇନ୍ସପେକ୍ଟର ବିଦେଶୀ ପ୍ରଧାନ ଓ ଥାନା ଷ୍ଟାଫ୍ ସାମିଲ ହୋଇଥିଲେ।