-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ କେରେଡି ଗ୍ରାମ ଠାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଏଥିରେ ଡିଆରସିଏସ ପ୍ରଭାତ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ଵାଇଁ, ଲ୍ୟାମ୍ପ ପ୍ରଶାସକ ଜ୍ୟୋତି ପ୍ରଧାନ, ଏସଆରସିଏସ ଗଙ୍ଗାଧର କହଁର, ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପୂର୍ବରୁ ଗଞ୍ଜୁଗୁଡ଼ା ପଞ୍ଚାୟତରେ ଧାନ କିଣାଯାଉଥିଲା ହେଲେ ଚଳିତବର୍ଷ ଠାରୁ କେରେଡି ଗ୍ରାମ ଠାରେ କିଣା ଯାଉଥିବା ବିଷୟ ଲ୍ୟାମ୍ପ ଏମଡି ଭୀମସେନ ସାହୁ କହିଛନ୍ତି।ଏଫଏକ୍ୟୁ ମାନର ଧାନ କୁଇଣ୍ଟାଲ ପିଛା ୧୯୪୦ ଟଙ୍କାରେ ଚାଷୀଙ୍କଠାରୁ କିଣା ଯିବ ବୋଲି ସେ କହିଛନ୍ତି । ଏହି ଧାନ ସଂଗ୍ରହ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ ବୋଲି ଏମଡି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।