-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ସୁବର୍ଣ୍ଣପୁର// କୋଭିଡ ମହାମାରୀର ତୃତୀୟ ଲହର ଵା ଓମି୍କ୍ରିନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠୁଁ ସାରା ଦେଶରେ କୋଭିଡ ବୁଷ୍ଟର ଡୋଜ ଟିକାକରଣ କୁ ଆରମ୍ଭ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି l ଏହି ବୁଷ୍ଟର ଡୋଜ ଟିକାକରଣର ଅଭିଯାନ ରେ ମେଡିକାଲ ଟୀକାଦାନ କେନ୍ଦ୍ରରେ ଆଜି ପ୍ରଥମ ଦିନ ୨୦୦ ଜଣ ସ୍ଥାନୀୟ କରୋନା ଯୋଦ୍ଧା ଡାକ୍ତର, ସେବିକା, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କୁ ସୁଯୋଗ ମିଳିଥିବା ବେଳେ ୧୫ ରୁ ୧୮ ବର୍ଷୀୟ ଯୁବକ ଯୁବତୀଙ୍କ ପାଈଁ ଟୀକା ଭଣ୍ଡାର କୋଠା ଉପରେ ପ୍ରଥମ ଡୋଜ ଭେକ୍ସିନ ଦିଆଯାଉଛି l ସେହିପରି ୬୦ ବର୍ଷ ରୁ ଊର୍ଧ୍ଵ ବରିଷ୍ଠ ନାଗରିକ ଙ୍କ ପାଈଁ ଜ଼ିଲ୍ଲା ସଂସ୍କୃତି ଭବନ ର ଏକ ସ୍ୱତନ୍ତ୍ର ସେଲରେ ଟୀକାକରଣ କରାଯାଉଥିବା ବେଳେ ସେଠାରେ ଅନ୍ୟ ଏକ ଟୀକା କେନ୍ଦ୍ର ୧୮ ରୁ ଊର୍ଧ୍ଵ ସାଧାରଣ ବର୍ଗର ଲୋକ ଓ ସବୁ ଶ୍ରେଣୀର କୋଭିଡ ଯୋଦ୍ଧାଙ୍କ ପାଈଁ ଖୋଲା ଯାଇଛି l ଖୁବ ଶୀଘ୍ର ଜ଼ିଲ୍ଲା ର ତଥା ଆଗ ଧାଡି ର ଯୋଦ୍ଧା ଗଣମାଧ୍ୟମଙ୍କ ସମେତ ପୋଲିସ, ଅଗ୍ନିଶମ ବାହିନୀ, ପୌର ପରିଷଦ ବିଭାଗ କର୍ମଚାରୀଙ୍କୁ ଏହି ଟିକାକରଣ ର ସ୍ୱତନ୍ତ୍ର ସୁବିଧା ଦିଆଯିବ ବୋଲି କୋଭିଡ ଭେକ୍ସିନ ପରିଚାଳକ ପ୍ରମୋଦ ସାହୁ ପ୍ରକାଶ କରିଛନ୍ତି l