-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବରଗଡ:-ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରି ସ୍ଥିତ ବିବେକାନନ୍ଦ ମହା ବିଦ୍ୟାଳୟରେ ଆଜି ବ୍ଲକ ଅଧ୍ୟକ୍ଷା ତଥା ବରଗଡ଼ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକଙ୍କ ୩୪ତମ ଜନ୍ମ ଦିନ ପାଳନ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଶିବିରରେ ସମୁଦାୟ ୧୦୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଏହି ଶିବିରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମୋ ପରିବାରର
ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ସମ୍ମାନୀତ ଅତିଥି ଭାବେ ସୋହେଲା ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଭଟଲି ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନ, ଜୀବନ ବିନ୍ଦୁ ଜିଲ୍ଲା ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ,ବ୍ଲକର ବିଜେଡି ସଭାପତି - ସଭାନେତ୍ରୀ ଏବଂ ଦଳୀୟ ନେତୃବୃନ୍ଦ ଯୋଗଦେଇ ଶ୍ରୀମତୀ ନାୟକ ଙ୍କୁ ଶୁଭେଚ୍ଛା ଜଣାଇ ଶିବିର କୁ ସାଫଲ୍ୟ ମଣ୍ଡିତ କରିଥିଲେ।