-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀରଙ୍କ ଆହ୍ୱାନ କ୍ରମେ ଲୋଇସିଂହା ବ୍ଲକର ୧୮ଟି ପଂଚାୟତରେ ତାଲା ବନ୍ଦ କରିବା ସଂଗେ ସଂଗେ ଘେରାଓ କରାଯାଇଥିଲା l ସରକାରଙ୍କ ଠାରେ ଆଦିବାସୀ ମାନଙ୍କ ରାଜନୈତିକ ସଂରକ୍ଷଣା ପଦବୀ ପଂଚାୟତ ସରପଞ୍ଚ, ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ଓ ଜ଼ିଲ୍ଲା ସ୍ତରରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସାମ୍ବିଧାନିକ ଭାବରେ ବନ୍ଦ
କରାଯାଇଛି l ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ୨୦୨୨ ଆଦିବାସୀ ମାନଙ୍କୁ ଉପଯୁକ୍ତ ପଦବୀରେ ସିଟ ପ୍ରଦାନ ନକଲେ ଆଗାମୀ ଦିନରେ ସରକାରଙ୍କ ପଂଚାୟତ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ଆଦିବାସୀଙ୍କ ତରଫରୁ ଚେତାବନୀ ଦିଆଯାଇଛି l ଆସନ୍ତା ୧୩/୧/୨୨ ତାରିଖରେ ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ଘେରାଓ କରିବାକୁ ଆଦିବାସୀ ନେତାମାନେ ନଷ୍ପତି ନେଇଛନ୍ତି l