-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗୀର, ପାଟଣାଗଡ ( ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର କୋଟି କୋଟି ଟଙ୍କା ବିନିମୟ କରି ଗରିବ ନିରିହ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉଦାସୀନତା ଯୋଗୁଁ ଅନେକ ଲୋକ ସେସବୁ ଯୋଜନାରୁ ଲୋକଙ୍କ ପାଇବାରୁ ବଞ୍ଚିତ ରହୁଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର କମଳା ଧରୁଆ ବୟସ ପ୍ରାୟତଃ ୫୨ ବର୍ଷ ହେବ ହେଲେ ସେ ଜଣେ ଅଵିଭାହିତା
ମହିଳା ଅଟନ୍ତି l ସରକାରୀ ସୁବିଧା କହିଲେ କେବଳ ୫ କେ,ଜି ଚାଉଳ ପାଉଛନ୍ତି ହେଲେ ପଞ୍ଚାୟତ ଅଧିକାରୀ ଓ ବ୍ଳକ ପ୍ରଶାସନ ର ଅଣଦେଖା ପାଇଁ ସେ ଏ' ପର୍ଯ୍ୟନ୍ତ ଅବିବାହିତ ଭତ୍ତା ପାଇବାରୁ ବଞ୍ଚିତ l ସେ ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି l ଭତ୍ତା ଟିଏ ପାଇଁ ଗୁହାରି କଲେ ମଧ୍ୟ୍ୟ କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି l ଏଣୁ ପାଟଣାଗଡ଼ ଉପଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେଇ ତାଙ୍କୁ ଭତ୍ତା ପ୍ରଦାନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।