-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗୀର (ପ୍ରେରଣା ବ୍ୟୁରୋ) : ବଲାଙ୍ଗିର ସହର ମଧ୍ୟରେ ଥିବା ଶାନ୍ତି ପଡା ସ୍ଥିତ ଚନ୍ଦ୍ରଶେଖର ନଗର ଠାରେ ଗତ ମାସ ୨୯,୧୨,୨୦୨୧ରୁ ଶୁଭ ଉଦ୍ଘାଟନ ହୋଇଥିବା ବୃଦ୍ଧା ଶ୍ରମ ତଥା "ସମ୍ପୂର୍ଣ୍ଣା"ମାତୃଛାୟା ବୃଦ୍ଧାଶ୍ରମ ରେ କୋଭିଡ ଟୀକାକରଣ ଅନୁଷ୍ଟିତ ହୋଇଯାଇଛି। ଯେଉଁଥିରେ ଏହି ମାତ୍ରୁଛାୟା "ବୃଦ୍ଧାଶ୍ରମ"ରେ ଦୁଇ ଜଣ ବୃଦ୍ଧ ଓ ଦୁଇ ଜଣ ବୃଦ୍ଧା ମହିଳା ବାସ କରୁଛନ୍ତି। ଏହି ଅନ୍ତେବାସୀଙ୍କୁ ଆଜି କୋଭିଡ୍ ଟୀକା କରଣ କରାଯାଇଛି। ଏବଂ "ସମ୍ପୂର୍ଣ୍ଣା"ଅନୁଷ୍ଠାନର ନଳିନୀପ୍ରଭା ଶତପଥୀ, ରଶ୍ମି ପାତ୍ର, ସଞଳୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ତଥା ଅନ୍ୟ ସଭ୍ୟା ଙ୍କ ଉପସ୍ଥିତିରେ ଟୀକାକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଟୀକାକରଣ ଦାୟିତ୍ୱରେ ଥିବା ଏ,ଡ଼ି,ଏମ,ଓ, ସୁଧା ବାର୍ଲା ଙ୍କ ସହଯୋଗରେ ଏଲ.ଏଚ.ବି. ମଞ୍ଜରୀ ସାଗର ଓ ଡ଼ି, ଇ,ଓ,.ଶ୍ରୀକାନ୍ତ ପଣ୍ଡା ମାତ୍ରୁଛାୟା ବୃଦ୍ଧାଶ୍ରମରେ ଏହି ଟୀକାକରଣ କରିଥିଲେ। ଏଥି ସହିତ ବୃଦ୍ଧାଶ୍ରମ ନିକଟରେ ବାସ କରୁଥିବା ଭୀମସେନ ରାଉତ ଓ ସୋମନାଥ ଜେନା ନାମକ ଦୁଇଜଣ ବ୍ୟକ୍ତି ଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ। ଅନୁଷ୍ଠାନର ଏହି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଥିବା ବେଳେ ସବୁ ମାହୋଲରେ ପ୍ରସଂଶା ର ସୁଅ ଛୁଟୁଛି।