-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗିର(ପ୍ରେରଣା ଖବର)- ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସେସିଆଲ କ୍ଲବରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ସଭାନେତ୍ରୀ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବିତା ମିଶ୍ର ଅତିଥି ପରିଚୟ କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ସଭା ପରିଚାଳନା କରିଥିଲେ । ମାଁ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା ପରେ ସଂପାଦିକା ମାଳତୀ ଉଦ୍ଗାତା ବିବରଣୀ ପ୍ରଦାନ କରିଥିଲେ । ଏହି ପାର୍ବଣରେ ମର୍ଯ୍ୟାଦା ଜନକ “ଆଦ୍ୟା ଶକ୍ତି ସମ୍ମାନ” ବରିଷ୍ଠ ସାମାଜିକ କର୍ମୀ ମମତା ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଆଦର୍ଶ ଶିକ୍ଷୟତ୍ରୀ ଶାନ୍ତିଲତା ବହିଦାର ମୁଖ୍ୟ ଅତିଥି ଭାବେ ଓ ସାମାଜିକ କର୍ମୀ ମମତା ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାରୀ ସମାଜର ସାମଗ୍ରିକ ବିକାଶରେ ସମାଜ ଅଗ୍ରଗମନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବରୁ କେବଳ ଗୃହିଣୀମାନଙ୍କୁ ନେଇ ହୋଇଥିବା ଦୁଳହୁଳି, ଦେଶାତ୍ମବୋଧକ ସଂଗୀତ ଓ ରଂଗୋଲି ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗଠନର ଶୁଭଚିନ୍ତକ ମଦନ ମୋହନ ରଥ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଂଜିତା ମିଶ୍ର, ନିହାରିକା ମିଶ୍ର, ବୀଣାପାଣି ମିଶ୍ର, କୁସୁମ ଶତପଥି, ଡା. ସନ୍ଧ୍ୟାରାଣୀ ପଣ୍ଡା, ରୀନାରାଣୀ ମିଶ୍ର, ସଂଯୁଲତା ମିଶ୍ର ଓ ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ତପସ୍ମିନୀ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ ।