-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବରଗଡ:-ବରଗଡ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ନଅ ଲାଦେରପାଲି ଠାରେ ଲାଦେରପାଲି ବେଡ଼ମିନ୍ଟନ ଏସୋସିଏସନ ତରଫରୁ ଦ୍ଵିତୀୟ ବର୍ଷ ପାଇଁ ବେଡ଼ମିନ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି | ଏଥିରେ ସର୍ବମୋଟ ୪୪ ଟି ଦଳ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବାବେଳେ ବରଗଡ ର ବୁବୁ ଏବଂ ସାଥି ସମ୍ବଲପୁର ର ସୁରଜ ଏବଂ ସାଥି ଙ୍କୁ ହରାଇ ଟୁର୍ନାମେଣ୍ଟରେ ବିଜୟୀ ହୋଇଥିଲେ | ଅତିଥିଭାବରେ ଶ୍ରୀ ପଳଉ ପ୍ରଧାନ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ସାମ୍ବାଦିକ ଖିରୋଜ ନାୟକ, ଗୋକୁଳ ଚିରଗୁନ, ଶିବଶଙ୍କର ପ୍ରଧାନ, ଗୋବିନ୍ଦ ପ୍ରଧାନ, ବିପୁଳ ଅଗ୍ରୱାଲ ଯୋଗଦେଇଥିବା ବେଳେ ସୁଶାନ୍ତ ପ୍ରଧାନ, ମୁକେଶ ପ୍ରଧାନ, ପ୍ରଦୀପ ପ୍ରଧାନ ଖେଳ ପରିଚାଳନା କରିଥିଲେ | ଲାଦେରପାଲି ଗ୍ରାମର ଯୁବକମାନେ ଏଠାରେ ଦୀର୍ଘ ବର୍ଷ ଧରି ବେଡ଼ମିନ୍ଟନ ଖେଳିଆସୁଥିବା ବେଳେ ଏଠାରେ ଖେଳିବାପାଇଁ ଭଲ କୋର୍ଟ ଟିଏ ନଥିଲା ତେଣୁ ସ୍ଥାନୀୟ ବିଧାୟିକାଙ୍କ ପରାମର୍ଶ କ୍ରମେ ଅତାବିରା ଏନଏସି ଦ୍ୱାରା ଏଠାରେ ଏକ ବେଡ଼ମିନ୍ଟନ କୋର୍ଟ ତିଆରି ହେଲା ଓ ସ୍ଥାନୀୟ ଯୁବ ଖେଳାଳି ମାନେ ଏହା ଦ୍ଵିତୀୟ ବର୍ଷ ପାଇଁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ | ଅତାବିରା ଏସ.ଏସ ଟେଲିକମ ତରଫରୁ ଏହି ଟୁର୍ନାମେଣ୍ଟ ପାଇଁ ସ୍ପନସରସିପ
କରାଯଇଥିଲା ଓ ଯୁବ ବ୍ୟବସାୟୀ ତଥା ସାମ୍ବାଦିକ ଖିରୋଜ ନାୟକ ଏଠାରେ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ ଚନ୍ଦନ ପ୍ରଧାନ, ବବୁଲ ପ୍ରଧାନ, ରାମ ପ୍ରଧାନ, ଅରବିନ୍ଦ, ସୁରଜ ପ୍ରଧାନ, ରାଜେଶ, ପ୍ରତାପ ପ୍ରଧାନ, ଅରୁନ, କାହ୍ନା, ସୁବାସ ପ୍ରଧାନ, ସୁବଳ ପ୍ରଧାନ, ସାରଥୀ ସାହୁ, ସ୍ୱରାଜ, ଶୈଳେନ୍ଦ୍ର, ପ୍ରଭାତ ପ୍ରମୁଖ ଗ୍ରାମର ଯୁବ ଖେଳାଳି ତଥା ଗ୍ରାମବାସୀ ସହଯୋଗ କରିଥିଲେ ଓ ସମସ୍ତ ଖେଲାଳି ଏବଂ ସହଯୋଗୀ ମାନେ ସରକାରୀ ନିୟମ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହୋଇଥିଲା |